କଲମ୍ବୋ: ଚଳିତ ଏସିଆ କପ କ୍ରିକେଟରେ ବାଂଲାଦେଶ ବିପକ୍ଷ ସୁପର ୪ ମୁକାବିଲାରେ ଯୁବ ବ୍ୟାଟ୍ସମ୍ୟାନ ତିଳକ ବର୍ମାଙ୍କୁ ଖେଳିବାକୁ ସୁଯୋଗ ମିଳିଛି । ଏଥିସହ ସେ ତାଙ୍କ ଦିନିକିଆ ଆନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଛନ୍ତି । ଚଳିତ ବର୍ଷ ଅଗଷ୍ଟରେ ସେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଟି୨୦ କ୍ୟାରିୟର ଆରମ୍ଭ କରିଥିଲେ । ସେ ୫ଟି ଇନିଂସରେ ୫୭.୬୭ ଆଭରେଜରେ ୧୭୩ ରନ ସଂଗ୍ରହ କରିଥିଲେ । ଅବଶ୍ୟ ଆୟର୍ଲାଣ୍ଡ ବିପକ୍ଷ ସିରିଜରେ ତାଙ୍କ ପ୍ରଦର୍ଶନ ସେ ଭଳି ଉତ୍ସାହଜନକ ରହି ନ ଥିଲା । ଆଇପିଏଲରେ ସେ ୨୫ଟି ମ୍ୟାଚ ଖେଳି ୭୪୦ ରନ ସଂଗ୍ରହ କରି ସମସ୍ତଙ୍କୁ ପ୍ରଭାବିତ କରିଥିଲେ ।
ତିଳକ ଦିନିକିଆ ବିଶ୍ୱକପ ପାଇଁ ଘୋଷିତ ଟିମରେ ସ୍ଥାନ ପାଇ ନ ଥିବା ବେଳେ ଏସିଆନ ଗେମ୍ସ ପାଇଁ କିନ୍ତୁ ସୁଯୋଗ ପାଇଛନ୍ତି । ବାଂଲାଦେଶ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୨୬୫ ରନ ସଂଗ୍ରହ କରିଥିଲା । ଜବାବରେ ଶେଷ ଖବର ହସ୍ତଗତ ହେଲା ବେଳକୁ ଭାରତ ୪ ୱିକେଟ ବିନିମୟରେ ୯୪ ରନ କରି ବିପଦରେ ପଡିଛି ।
Comments are closed.