Latest Odisha News

BREAKING NEWS

ଗଞ୍ଜାମରେ ଜୁଲାଇ ୩୧ ଯାଏଁ ଯାନବାହାନ ଚଳାଚଳ ବନ୍ଦ

ଗଞ୍ଜାମ: ଗଞ୍ଜାମରେ ଦିନକୁ ଦିନ ଉଦବେଗ ହେଉଛି କରୋନା ସ୍ଥିତି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ କଡା ପଦକ୍ଷେପ ନେଇଛି ।ବଢୁଥିବା ସଂକ୍ରମଣ ସହ ଜିଲ୍ଲାରେ କଟକଣାକୁ ଆହୁରି କଡ଼ାକଡ଼ି କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ୩୧ଜୁଲାଇ ଯାଏଁ ସବୁ ପ୍ରକାର ଯାନବାହାନ ଚଳାଚଳ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି।
କେବଳ ଦୁଇ ଚକିଆ ଯାନ ଚଳାଚଳ କରିପାରିବ । ବିନା ଆଇଡି ପ୍ରୁଭ୍ ରେ ବାଇକ ଛଡ଼ା ଯିବନାହିଁ ବୋଲି କୁହାଯାଇଛି । ସାଧାରଣ ଲୋକଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ ।

ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇ କୁହାଯାଇଛି ଯେ, ଜୁଲାଇ ପହିଲାରୁ ଏହି କଟକଣା ଲାଗୁ ହେବ । ଗଞ୍ଜାମରେ ସର୍ବାଧିକ କରୋନା ସଂକ୍ରମିତ ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଜରୁରୀ ନଥିଲେ ଘରୁ ନବାହାରିବାକୁ ସାଧାରଣ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ଅପରପକ୍ଷରେ ବରିଷ୍ଠ ନାଗରିକଙ୍କୁ ଘରେ ରହିବାକୁ କୁହାଯାଇଛି ।

Leave A Reply

Your email address will not be published.