Latest Odisha News

BREAKING NEWS

ବିଶ୍ୱସ୍ତରରେ ‘ସୋଆ ଇଞ୍ଜିନିୟରିଂ ଓ ଟେକ୍ନୋଲୋଜି’କୁ ମିଳିଲା ର‌୍ୟାଙ୍କିଙ୍ଗ୍ ମାନ୍ୟତା

ଭୁବନେଶ୍ୱର: ଟାଇମ୍ସ ହାୟର୍ ଏଜୁକେସନ୍ ୱାର୍ଲ୍ଡ ୟୁନିଭରସିଟି ର‌୍ୟାଙ୍କିଙ୍ଗ୍-୨୦୨୦ ପାଇଁ ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜି କ୍ଷେତ୍ରରେ ୬୦୧ ରୁ ୮୦୦ କ୍ୟାଟେଗୋରୀରେ ସ୍ଥାନିତ ହୋଇଛି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭରସିଟି) ।

ଗୁରୁବାର ଏହି ର‌୍ୟାଙ୍କିଙ୍ଗ ପ୍ରକାଶିତ ହୋଇଥିବା ବେଳେ କମ୍ପ୍ୟୁଟର ସାଇନ୍ସରେ ମଧ୍ୟ ୬୦୦ ପ୍ଲସ କ୍ୟାଟେଗୋରୀରେ ସ୍ଥାନ ପାଇଛି ସୋଆ ।

ପ୍ରଥମ ଥର ପାଇଁ ‘ଟାଇମ୍ସ ହାୟର ଏଜୁକେସନ୍ ୱାର୍ଲ୍ଡ ୟୁନଭସିଟି ର‌୍ୟାଙ୍କିଙ୍ଗ ୨୦୨୦’ ରେ ସୋଆ ପ୍ରବେଶ କରିଥିବା ବେଳେ ଗତ ମାସରେ ପ୍ରକାଶ ପାଇଥିବା ର‌୍ୟାଙ୍କିଙ୍ଗ୍ରେ ୧୦୦୧ ପ୍ଲସ କ୍ୟାଟେଗୋରୀରେ ସ୍ଥାନ ପାଇଥିଲା ।

୧୯୯୬ ମସିହାରେ ସ୍ଥାପିତ ହୋଇଥିବା ସୋଆର ଇଞ୍ଜିନିୟରିଂ ଓ ଟେକ୍ନୋଲୋଜି ଫ୍ୟାକଲ୍ଟି ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍) ପୂର୍ବ ଭାରତର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ହୋଇଥିବା ବେଳେ ଏହାର ଶୈକ୍ଷିକ ବାତାବରଣ ଓ ଗବେଷଣା ପାଇଁ ବେଶ ପ୍ରସିଦ୍ଧ ।

ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜି ର‌୍ୟାଙ୍କିଙ୍ଗ କ୍ଷେତ୍ରରେ ଓଡ଼ିଶାର ଆଉ ଦୁଇଟି ଅଗ୍ରଣୀ ଶିକ୍ଷାନୁଷ୍ଠାନ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକେ୍ାଲୋଜି (ଆଇଆଇଟି), ଭୁବନେଶ୍ୱର ଏବଂ ନ୍ୟାସ୍ନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏନ୍ଆଇଟି), ରାଉରକେଲା ମଧ୍ୟ ୬୦୧ରୁ ୮୦୦ କ୍ୟାଟେଗୋରୀରେ ସ୍ଥାନ ପାଇଛି ।

ଟାଇମ୍ସ ହାୟର ଏଜୁକେସନ୍ ୱାର୍ଲ୍ଡ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗ୍ରେ ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜି କ୍ଷେତ୍ରରେ ଅଧିକ ତଥ୍ୟ ହାସଲ କରିବା ପାଇଁ ୧୩ଟି ପାରଦର୍ଶିତା ମାପଦଣ୍ଡ ନିର୍ଦ୍ଧାରଣ କରାଯାଇଥିଲା । ଏହି ପ୍ରକ୍ରିୟାଗୁଡ଼ିକ ମଧ୍ୟରେ ଶିକ୍ଷାଦାନ (ଶୈକ୍ଷିକ ବାତାବରଣ), ଗବେଷଣା (ପରିମାଣ, ଆୟ ଏବଂ ପ୍ରତିଷ୍ଠା), ସମ୍ବଳିତ ଲେଖା (ଗବେଷଣାର ପ୍ରଭାବ), ଆନ୍ତିର୍ଜାତିକ ଦୃଷ୍ଟିଭଙ୍ଗୀ (କର୍ମଚାରୀ, ଛାତ୍ରଛାତ୍ରୀ ଏବଂ ଗବେଷଣା) ଓ ଶିଳ୍ପକ୍ଷେତ୍ରର ଆୟ (ନୂଆ ପ୍ରକ୍ରିୟା) ରହିଛି ।

କେନ୍ଦ୍ର ସରକାରଙ୍କର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁସ୍ନାଲ୍ ର‌୍ୟାଙ୍କିଙ୍ଗ ଫ୍ରେମ୍ୱାର୍କ (ଏନ୍ଆଇଆର୍ଏଫ୍) ୨୦୧୯ ରେ ସୋଆ ସାରା ଦେଶରେ ବିଶ୍ୱବିଦ୍ୟାଳୟ କ୍ୟାଟେଗୋରୀରେ ୨୪ତମ ସ୍ଥାନ ହାସଲ କରିଥିବା ବେଳେ ଆଇଟିଇଆର୍ ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜି କ୍ୟାଟେଗୋରୀରେ ୩୨ ତମ ସ୍ଥାନ ହାସଲ କରିଛି ।

Leave A Reply

Your email address will not be published.