Latest Odisha News

BREAKING NEWS

ଅନୁଗୁଳ ଷ୍ଟେସନରେ ୧୩ ଯୋଡ଼ା ସ୍ୱତନ୍ତ୍ର ଟ୍ରେନର ସମୟରେ ପରିବର୍ତ୍ତନ, ଜାଣନ୍ତୁ ସବିଶେଷ ତଥ୍ୟ…

ଅନୁଗୁଳ: ଅନୁଗୁଳ ଷ୍ଟେସନ ଠାରେ ବିଶେଷ ଟ୍ରେନ ଗୁଡିକର ସମୟ ସାରଣୀରେ ପରିବର୍ତ୍ତନ କରାଯାଉଛି।

ଅନୁଗୁଳ ଓ କେରେଜଙ୍ଗ ଷ୍ଟେସନ ମଧ୍ୟରେ ଦୋହରୀକରଣ କାର‌୍ୟ୍ୟ ସମ୍ପାଦନ ସହ କାର୍ଯ୍ୟକ୍ଷମ ଦୃଷ୍ଟିକୋଣରୁ ଟ୍ରେନ ପରିଚାଳନା ସୁବିଧା ପାଇଁ ଅନୁଗୁଳ ଷ୍ଟେସନରେ ସ୍ପେଶାଲ ଟ୍ରେନର ସମୟ ସଂଶୋଧନ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଏହି ଟ୍ରେନ୍ ଗୁଡିକ ହେଉଛି– ୦୮୪୦୫/୦୮୪୦୬ ପୁରୀ-ଅହମ୍ମଦାବାଦ-ପୁରୀ ସ୍ପେଶାଲ୍, ୦୨୮୬୬/୦୨୮୬୫ ପୁରୀ-ମୁମ୍ବାଇ ଏଲଟିଟି- ପୁରୀ ସ୍ପେଶାଲ୍, ୦୨୮୭୯/୦୨୮୮୦ ଏଲଟିଟି- ଭୁବନେଶ୍ୱର-ମୁମ୍ବାଇ ଏଲଟିଟି ସ୍ପେଶାଲ୍, ୦୮୪୨୫/୦୮୪୨୬ ପୁରୀ-ଦୁର୍ଗ-ପୁରୀ ସ୍ପେଶାଲ୍, ୦୨୦୯୩/୦୨୦୯୪ ଯୋଧପୁର-ପୁରୀ-ଯୋଧପୁର ସ୍ପେଶାଲ, ୦୯୨୦୯/୦୯୨୧୦ ଭାଲସାଦ-ପୁରୀ-ଭାଲସାଦ ସ୍ପେଶାଲ, ୦୨୮୬୧/୦୨୮୬୨ ରାଉରକେଲା-ଭୁବନେଶ୍ୱର-ରାଉରକେଲା ସ୍ପେଶାଲ, ୦୨୮୨୭/୦୨୮୨୮ ପୁରୀ-ସୁରଟ-ପୁରୀ ସ୍ପେଶାଲ, ୦୨୦୩୭/୦୨୦୩୮ ପୁରୀ-ଅଜମେର-ପୁରୀ ସ୍ପେଶାଲ, ୦୨୮୧୩/୦୨୮ ଆନନ୍ଦ ବିହାର-ଭୁବନେଶ୍ୱର ସ୍ପେଶାଲ, ୦୨୮୫୫/୦୨୮୫୬ ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ସ୍ୱତନ୍ତ୍ର ଟ୍ରେନ, ୦୮୪୯୩/୦୮୪୯୪ ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ସ୍ପେଶାଲ ଏବଂ ଅନୁଗୁଳ-ଭଦ୍ରକ ମାର୍ଗ ଦେଇ ଚଳାଚଳ କରୁଥିବା ୦୮୩୦୬/୦୮୩୦୫ ସମ୍ବଲପୁର-ହାଓଡ଼ା-ସମ୍ବଲପୁର ସ୍ୱତନ୍ତ୍ର ଟ୍ରେନ।

ଏହା ବ୍ୟତୀତ, ରେଢ଼ାଖୋଲ ଠାରେ ୦୮୪୦୫ ପୁରୀ-ଅହମ୍ମଦାବାଦ ସ୍ପେଶାଲ ଏବଂ ତାଲଚରରେ ୦୮୪୦୬ ଅହମ୍ମଦାବାଦ-ପୁରୀ ସ୍ପେଶାଲ, ୦୨୮୬୫ ମୁମ୍ବାଇ ଏଲଟିଟି- ପୁରୀ ସ୍ପେଶାଲ୍ ୦୨୮୭୯ ଏଲଟିଟି- ଭୁବନେଶ୍ୱର ସ୍ପେଶାଲ, ରେଢ଼ାଖୋଲରେ ୦୨୦୯୩ ପୁରୀ-ଯୋଧପୁର ସ୍ପେଶାଲ, ୦୨୮୬୧/୦୨୮୬୨ ରାଉରକେଲା-ଭୁବନେଶ୍ୱର-ରାଉରକେଲା ବିଶେଷ ଟ୍ରେନ ବୋଇଣ୍ଡା ଷ୍ଟେସନରେ ସମୟରେ ସଂଶୋଧନ କରାଯାଇଛି।

ଏହି ପରିବର୍ତ୍ତିତ ସମୟ ସାରଣୀକୁ ଦୃଷ୍ଟିରେ ରଖିବା ସହିତ ସେହି ଅନୁଯାୟୀ ପ୍ରସ୍ତୁତ ହେବାକୁ ପୂର୍ବତଟ ରେଳବାଇ ପକ୍ଷରୁ ଯାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.