Latest Odisha News

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ମନୋଜ ତିୱାରୀ

ନୂଆଦିଲ୍ଲୀ: ପୂର୍ବ ଭାରତୀୟ କ୍ରିକେଟର ମନୋଜ ତିୱାରୀ ଶନିବାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ସୋସିଆଲ ମିଡିଆରେ ସେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଚଳିତ ରଣଜୀ ଟ୍ରଫିରେ ବେଙ୍ଗଲ ଓ ବିହାର ମୁକାବିଲା ତାଙ୍କ କ୍ୟାରିୟର ଶେଷ ମ୍ୟାଚ ହେବ । ଏଥିସହ ୧୯ ବର୍ଷର ତାଙ୍କ ଲମ୍ବା କ୍ୟାରିୟରର ଅନ୍ତ ଘଟିବ । ସେ ଭାରତ ପକ୍ଷରୁ ୧୨ଟି ଟେଷ୍ଟ ଓ ୩ଟି ଟି୨୦ ମ୍ୟାଚ ଖେଳିଛନ୍ତି । ୧୨ଟି ଟେଷ୍ଟରେ ସେ ୨୮୭ ରନ ସଂଗ୍ରହ କରିଛନ୍ତି । ୨୦୨୩ରେ ସେ ତାଙ୍କ ଅବସର ନିଷ୍ପତିରୁ ଓହରିଥିଲେ । ୨୦୧୨ରେ ଆଇପିଏଲ ଟାଇଟଲ ହାସଲ କରିଥିବା କୋଲକାତା ନାଇଟ ରାଇଡର୍ସ ଦଳର ସେ ସଦସ୍ୟ ଥିଲେ । ମନୋଜ ୯୮ ଆଇପିଏଲରେ ୧୬୯୫ ରନ ସଂଗ୍ରହ କରିଛନ୍ତି ।

ପୁଣେ ସୁପର ଜ୍ୟାଂଟସ, କିଙ୍ଗସ ଇଲେଭନ ପଞ୍ଜାବ ଓ ଦିଲ୍ଲୀ ଡେୟାରଡେଭିଲ୍ସ ପକ୍ଷରୁ ମଧ୍ୟ ସେ ଖେଳିଛନ୍ତି । ୨୦୧୨ ଟି୨୦ ବିଶ୍ୱକପ ଦଳର ସେ ସଦସ୍ୟ ଥିଲେ ମଧ୍ୟ ଗୋଟିଏ ହେଲେ ମ୍ୟାଚରେ ଖେଳିବା ସୁଯୋଗ ପାଇ ନ ଥିଲେ । ଏ ସମ୍ପର୍କରେ ସେ ସୋସିଆଲ ମିଡିଆରେ ଲେଖିଛିନ୍ତି, ସମସ୍ତଙ୍କୁ ନମସ୍କାର । ପ୍ରିୟ ୨୨ ଗଜଠାରୁ ଦୂରେଇ ଯିବାର ସମୟ ଉପନୀତ । ଦୀର୍ଘ ଦିନ ଧରି ମୋତେ ପ୍ରୋତ୍ସାହିତ କରିଥିବାରୁ ଆପଣମାନଙ୍କୁ ଧନ୍ୟବାଦ ।

Leave A Reply

Your email address will not be published.