Latest Odisha News

BREAKING NEWS

ତିୱାରୀ ରାଗି କରି କହିଲେ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇବେନି, ଅଥଚ ହେଲେ ଅଧିନାୟକ

ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ଅବସର ପରେ ଶୁଭମନ ଗିଲଙ୍କୁ ଭାରତୀୟ ଟେଷ୍ଟ ଟିମର ଅଧିନାୟକ କରାଯାଇଛି । ଗିଲ ଅଧିନାୟକ ହେବା ପରେ ମିଶ୍ର ପ୍ରତିକ୍ରିୟା ଆସିଛି । ଅନେକ ପୂର୍ବତନ ଖେଳାଳି ଏହାକୁ ସମର୍ଥନ କରିଥିବା ବେଳେ ଅନ୍ୟମାନେ ପସନ୍ଦ କରି ନାହାନ୍ତି । ଏକ ସାକ୍ଷାତକାରରେ ମନୋଜ ତିୱାରୀ ରାଗି କରି କହିଥିଲେ ଯେଉଁ ଖେଳାଳି ଚୂଡାନ୍ତ ଏକାଦଶରେ ସ୍ଥାନ ପାଇବେ ନାହିଁ ତାଙ୍କୁ ତମେ ଦଳର ଅଧିନାୟକ କରିଦେଇଛ । ଅପରପକ୍ଷରେ ବୀରେନ୍ଦ୍ର ସେହ୍ୱାଗ କହିଥିଲେ ଯଶପ୍ରୀତ ବୁମରାହଙ୍କ ଆଘାତ ସମସ୍ୟା ଅବଶ୍ୟ ତାଙ୍କୁ ଏହି ଦୌଡରେ ପଛରେ ପକାଇ ଦେଇଥିଲା । ତେବେ ଗିଲଙ୍କ ତୁଳନାରେ ରିଷଭ ପନ୍ତଙ୍କୁ ଅଧିନାୟକ କରାଯିବ ଉଚିତ ହୋଇଥାନ୍ତା ।

୨୦୨୦ରେ ଗିଲ ଅଷ୍ଟ୍ରେଲିଆ ବିପକ୍ଷରେ ଆନ୍ତର୍ଜାତୀୟ ଟେଷ୍ଟରେ ପଦାର୍ପଣ କରିଥିଲେ । ସେ ଏବେ ସୁଦ୍ଧା ୩୨ ଟେଷ୍ଟରେ ୩୫ ଆଭରେଜରେ ୧୮୯୩ ରନ କରିଛନ୍ତି । ଏଥିରେ ୫ ଶତକ ଓ ୭ ଅର୍ଦ୍ଧଶତକ ସାମିଲ । ଇଂଲଣ୍ଡ ବିପକ୍ଷରେ ତାଙ୍କର ପ୍ରଦର୍ଶନ ନୈରାଶ୍ୟcଜନକ ରହିଛି । ଗିଲଙ୍କୁ ଅଧିନାୟକ ଭାବେ ମନୋନୀତ କରି ଏବେ ଚୟନ କମିଟି ମୂଖ୍ୟ ଅଜିତ ଅଗରକର ଓ କୋଚ ଗୌରମ ଗମ୍ଭୀର ବଡ ବାଜି ଲଗାଇଛନ୍ତି । ଯଦି ସବୁ କିଛି ଠିକଠାକ ନ ରୁହେ ତେବେ ଏହି ୨ଜଣ ନିଶ୍ଚିତ ଭାବେ ଟାର୍ଗେଟରେ ରହିବେ ।

 

 

Comments are closed.