Latest Odisha News

ନିଲମ୍ବିତ ହେବାର ୩୫ ମିନିଟ ପରେ ସଂସଦକୁ ଫେରିଲେ ଟିଏମସି ଏମପି

ନୂଆଦିଲ୍ଲୀ:ନିଲମ୍ବନ ହେବାର ୩୫ ମିନିଟ ପରେ ପୁଣି ସଂସଦକୁ ଫେରିଲେ ଟିଏମସି ନେତା ଡେରେକ ଓ ବ୍ରାୟନ । ଆଜି କାର୍ଯକାଳ ଆରମ୍ଭ ହେବା ପରେ ୫୧ ସାଂସଦ ନିୟମ ୨୬୭ ଅନୁସାରେ ମଣିପୁର ଉପରେ ଆଲୋଚନା ପାଇଁ ଦାବି କରିଥିଲେ । ହେଲେ ଅଧ୍ୟକ୍ଷ ଏଥିପାଇଁ ଅନୁମତି ଦେଇ ନ ଥିଲେ । ହେଲେ ଟିଏମସି ସାଂସଦ ଡେରେକ ଓ ବ୍ରାୟନ ଏହାକୁ ବିରୋଧ କରିଥିଲେ ।

ଏହାପରେ ସାଂସଦ ପିୟୂଷ ଗୋୟଲ ଏକ ପ୍ରସ୍ତାବ ଆଗତ କରି ଥିଲେ ଏବଂ ଏଥିରେ କହିଥିଲେ ଟିଏମସି ସଂସଦ ବାରମ୍ବାର ଗୃହର କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି । ତାଙ୍କୁ ମୌସୁମୀ ଅଧିବେଶନରୁ ନିଲମ୍ବିତ କରାଯାଉ ବୋଲି ପ୍ରସ୍ତାବ ଦେଇଥିଲେ ।ଏହା ପରେ ରାଜ୍ୟସଭା ଚେୟାରମ୍ୟାନ ୧୧.୨୫ ମିନିଟରେ ତାଙ୍କୁ ସଂସଦରୁ ବାହାରି ଯିବା ପାଇଁ କହିଥିଲେ ଏବଂ ମୌସିମୀ ଅଧିବେଶନରୁ ନିଲମ୍ବିତ କରାଗଲା ବୋଲି ଘୋଷଣା କରିଥିଲେ ।

୧୨ଟା ପରେ ଯେତେବେଳ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା ସେତେବେଳେ ପ୍ରମୋଦ ତିୱାରୀ ରାଜ୍ୟସଭା ଅଧ୍ୟକ୍ଷଙ୍କୁ କହିଥିଲେ ଯେ ଗୃହରୁ ନିଲମ୍ବିତ କରିବା ମାତ୍ରାଧିକ କାର୍ଯ୍ୟନୁଷ୍ଠାନ ହୋଇଗଲା । ଟିଏମସି ସାଂସଦଙ୍କ ପାଇଁ ଉଦାରତା ଦେଖାଇବା ଉଚିତ । ୧୨ଟା ୫ରେ ଅଧ୍ୟକ୍ଷ ଉତ୍ତର ଦେଇଥିଲେ, ‘ମୁଁ ଡେରେକ ଓ ବ୍ରାୟନଙ୍କୁ ନିଲମ୍ବନ ପାଇଁ ଆଦେଶ ଦେଇଥିଲି କିନ୍ତୁ ଜରୁରୀ ପ୍ରସ୍ତାବ ଉପରେ ଗୃହର ମତ ନେଇ ନ ଥିଲି  ଯାହା ଏହି ନିଲମ୍ବନ ପ୍ରକ୍ରିୟାକୁ ପୁରା କରିବା ପାଇଁ ନିହାତି ଆବଶ୍ୟକ ।’

ଅଧ୍ୟକ୍ଷ ଆହୁରି କହିଥିଲେ, ମୁଁ ଜାଣିଶୁଣି ଏପରି କହିଥିଲି । ଯଦି ମୁଁ ସଦନର ମତ ନେଇଥାନ୍ତି ତେବେ ସେ ପୁନର୍ବାର ସଂସଦକୁ ଆସି ପାରି ନ ଥାନ୍ତେ । ଏହା ପରେ ଟିଏମସି ସାଂସଦ ଗୃହକୁ ଫରିଥିଲେ ।

Comments are closed.