ନୂଆଦିଲ୍ଲୀ: ନିଜ ବିବାହକୁ ନେଇ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ଟିଏମ୍ସି ସାଂସଦ ନୁସରତ ଜାହାନ। ଶେଷରେ ସର୍ବସାଧାରଣରେ ତାଙ୍କ ବ୍ୟକ୍ତିଗତ ଜୀବନର ଗୁମର ଫିଟେଇଲେ ନୁସରତ। ବ୍ୟବସାୟୀ ନିଖିଲ ଜୈନଙ୍କ ସହ ତାଙ୍କ ବୈବାହିକ ଜୀବନକୁ ନେଇ ଚାଲିଥିବା ମତଭେଦ ଏବଂ ବିଚ୍ଛେଦ ହେବା ବିଷୟରେ ନୂଆ ମନ୍ତବ୍ୟ ଦେଇଛନ୍ତି ନୁସରତ।
ସେ କହିଛନ୍ତି ଯେ ଭାରତୀୟ ସ୍ବତନ୍ତ୍ର ବିବାହ ଅଧିନିୟମ ଅନୁଯାୟୀ ନିଖିଲଙ୍କ ସହ ତାଙ୍କ ବିବାହ ବୈଧ ନୁହେଁ। “ଯେହେତୁ ବିବାହ ଆଇନଗତ, ବୈଧ ଏବଂ ସ୍ଥାୟୀ ନଥିଲା ତେବେ ଛାଡପତ୍ର ହେବାର ମଧ୍ୟ କୌଣସି ପ୍ରଶ୍ନ ନାହିଁ।”
୨୦୧୯ରେ ନୁସରତ ବ୍ୟବସାୟୀ ନିଖିଲ ଜୈନଙ୍କୁ ବିବାହ କରିଥିଲେ। ତୁର୍କୀ ବିବାହ ନିୟମ ଅନୁଯାୟୀ ବିବାହ ଉତ୍ସବ କରାଯାଇଥିଲା।
Comments are closed.