କୋଲକାତା: ପଶ୍ଚିମବଙ୍ଗରେ ଅନୁଷ୍ଠିତ ହୋଇଥିବା ୩ଟି ବିଧାନସଭା ଉପ-ନିର୍ବାଚନରେ ଶାସକ ତୃଣମୂଳ କଂଗ୍ରେସ ଜିତାପଟ ହାସଲ କରିଛି । ଏହି ଉପନିର୍ବାଚନରେ ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ କଡ୍ଡା ମୁକାବିଲା ହୋଇଥିଲେ ମଧ୍ୟ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଏହି ତିନିଟି ଆସନରେ ଆଶାତୀତ ଭାବେ ଭଲ ପ୍ରଦର୍ଶନ କରିଛି ।
#BengalWithDidi @MamataOfficial reacts on big 3-0 #BengalBypolls win pic.twitter.com/X0wGSkkYA5
— All India Trinamool Congress (@AITCofficial) November 28, 2019
ପଶ୍ଚିମବଙ୍ଗସ୍ଥିତ ମେଦିନିପୁର ଜିଲ୍ଲାର ଖଡ଼ଗପୁର, ନଦିଆ ଜିଲ୍ଲାର କରିମପୁର ଏବଂ ଉତ୍ତର-ଦିନାଜପୁରର କାଲିଆଗଞ୍ଜ ବିଧାନସଭା ଆସନରେ ଏହି ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ୩ଟି ଆସନ ଲାଗି ନଭେମ୍ବର ୨୫ ତାରିଖରେ ଭୋଟଗ୍ରହଣ ହୋଇଥିଲା ।
Comments are closed.