Latest Odisha News

BREAKING NEWS

ମାରାଡୋନାଙ୍କ ସ୍ମୃତିରେ ୬ଫୁଟର କେକ୍ ତିଆରି କଲେ ପ୍ରଶଂସକ

ମାଡ୍ରାସ:ଆର୍ଜେଟିଂନାର ମହାନ ଫୁଟବଲ ଖେଳାଳି ଡିଏଗୋ ମାରାଡୋନା ଦୁନିଆକୁ ଅଲବିଦା କହି ଦେଇଛନ୍ତି । ମାତ୍ର ପ୍ରଶଂସକ ତାଙ୍କୁ ଭୁଲି ପାରି ନାହାନ୍ତି । ତାମିଲନାଡୁର ରାମନାଥପୁରରେ ଜଣେ ବେକରୀ ବ୍ୟବସାୟର ତାଙ୍କ ସ୍ମୃତିରେ ୬ଫୁଟ ଉଚ୍ଚତାର ଏକ କେକ୍ ପ୍ରସ୍ତୁତ କରିଛନ୍ତି । ଯାହା କି ଅବିକଳ ମାରାଡୋନାଙ୍କ ପରି ହୋଇଛି ।

ବେକରୀ କର୍ମଚାରୀ ସତୀଶ ରଙ୍ଗନାଥଙ୍କ ଅନୁସାରେ ମାରାଡୋନାଙ୍କ ଶ୍ରଦ୍ଧାଞ୍ଜଳି ଦେବା ସହ ଯୁବ ପିଢ଼ୀଙ୍କୁ ଖେଳ ପ୍ରତି ଆକୃଷ୍ଟ କରିବା ମୂଳ ଲକ୍ଷ୍ୟ । ଏହି କେକ୍ ପ୍ରସ୍ତୁତ କରିବା ପାଇଁ ୨୭୦ ଅଣ୍ଡା ଓ ୬୦ କିଲୋ ଚିନିର ବ୍ୟବହାର କରାଯାଇଥିଲା । ଏହାକୁ ପ୍ରସ୍ତୁତ କରିବା ପାଇଁ ୧୪ ଦିନ ସମୟ ଲାଗିଥିଲା । ମାରାଡୋନାଙ୍କ ଏହି କେକ୍ ଯୋଗୁ ତାଙ୍କ ଦୋକାନର ଲୋକପ୍ରିୟ ହୋଇ ଉଠିଛି ।

Leave A Reply

Your email address will not be published.