Latest Odisha News

ଚର୍ଚ୍ଚାରେ ଯୁବକ: ହାତରେ କ୍ୟୁଆର କୋଡ଼୍ ଟାଟୁ କଲେ

ଇଂଲଣ୍ଡ: ଆଜିର ସମୟ ଡିଜିଟାଲ୍ । ସବୁକିଛି ନଗଦବିହୀନ ଏବଂ କାଗଜହୀନ ହୋଇଗଲାଣି । ପ୍ରଗତି ପାଇଁ ଏହା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଯେଉଁ ବ୍ୟକ୍ତି ବିଷୟରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ, ସେ ଏସବୁଠାରୁ ଚାରି ପାଦ ଆଗକୁ ବଢିଛନ୍ତି । ସପିଂ କରିବା ସମୟରେ ପ୍ରତ୍ୟେକ କାର୍ଡ ସ୍କାନ କରିବାରେ ଅସୁବିଧା ନ ହେବା ପାଇଁ ଏହି ବ୍ୟକ୍ତି ନିଜ ହାତରେ କ୍ୟୁଆର କୋଡ଼୍ ଟାଟୁ କରିଛନ୍ତି । ଏବେ ସେ ହାତ ଦେଖାଇ ସିଧା ସ୍କାନ୍ କରୁଛନ୍ତି । ତାଙ୍କର ଏହି ଟାଟୁ ପାଇଁ ସେ ଏବେ ଚାରିଆଡ଼େ ଚର୍ଚ୍ଚାରେ ।

ଇଂଲଣ୍ଡର ନର୍ଥ ଡ଼ିଭୋନ୍‌ରେ ରୁହନ୍ତି ଡିନ୍ ମେହେବ । ଆଜିକାଲି ଡ଼ିଜିଟାଲ ଦୁନିଆରେ କେହି ପଇସା ଧରି ସପିଂ କରିବାକୁ ଯାଉନାହାନ୍ତି । ଡ଼ିନ୍ ମଧ୍ୟ କାର୍ଡ଼ ଜରିଆରେ ସପିଂ କରିଥାନ୍ତି । କିନ୍ତୁ ଅଧିକାଂଶ ସମୟ ସେ କାର୍ଡ଼ ନେବାକୁ ଭୁଲି ଯାଇଥାନ୍ତି । ଏମିତି କି କାର୍ଡ଼ ନେଇ ନ ଥିବାରୁ ବାରମ୍ବାର ତାଙ୍କୁ ଦୋକାନ ଆଗରୁ ଫେରିବାକୁ ପଡ଼ିଛି । ଏହାକୁ ଦୃଷ୍ଟିରେ ରଖି ଏହା କିପରି ନିଜ ପାଖରେ ସବୁବେଳେ ରହିପାରିବ ତାହା ଭାବି ଶରୀରରେ ଟାଟୁ କରିବାକୁ ନିଷ୍ପତ୍ତି ନେଲେ । ହାତରେ କ୍ୟୁଆର କୋଡ଼୍‌କୁ ଟାଟୁରେ ଉତ୍ତାରିଲେ । ସେ ନିଜ ହାତରେ ଟେସ୍କୋ କ୍ଲବକାର୍ଡ ବାରକୋଡ୍ ଟାଟୁ କରିଛନ୍ତିି । ଏବେ ସେ ଯେଉଁଠିକି ସପିଂ କରିବାକୁ ଯାଉଛନ୍ତି, ସେ କେବଳ ହାତ ଦେଖାଇ କୋଡ୍ ସ୍କାନ୍ କରୁଛନ୍ତି । ଏପରି କରି ବହୁତ ଖୁସି ଅଛନ୍ତି ବୋଲି କୁହନ୍ତି ଡ଼ିନ୍ । ୨୦୨୨ ମସିହା ଜୁଲାଇରେ ସେ ଏହି ଟାଟୁ କରିଛନ୍ତି । ପ୍ରଥମେ ଯେତେବେଳେ ଏହି ଟାଟୁର ଫଟୋ ଉଠାଇ ସାଙ୍ଗମାନଙ୍କ ନିକଟକୁ ପଠାଇଲେ ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଭବିଷ୍ୟତରେ ଅଧିକ ଟାଟୁ କରିବା ତାଙ୍କର ଉଦ୍ଦେଶ୍ୟ ବୋଲି ଡ଼ିନ୍ କହିଛନ୍ତି ।

Leave A Reply

Your email address will not be published.