Latest Odisha News

BREAKING NEWS

ସିଡବ୍ଲ୍ୟୁସି ସଦସ୍ୟ ବାଛିବାରେ ଖଡଗେଙ୍କୁ ସମ୍ପୂର୍ଣ୍ଣ ସ୍ୱାଧୀନତା, କିନ୍ତୁ ରହିଛି ବଡ଼ ଚ୍ଯାଲେଞ୍ଜ

ରାୟପୁର: କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲ୍ୟୁସି) ନିର୍ବାଚନ ହେବ ନାହିଁ। ସିଡବ୍ଲ୍ୟୁସିରେ କିଏ ରହିବେ କିଏ ରହିବେ ନାହିଁ ତାହା ସମ୍ପୂର୍ଣ୍ଣ ନିଷ୍ପତ୍ତି ନେବେ ନୂଆ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ। ରାୟପୁରରେ ଚାଲିଥିବା କଂଗ୍ରେସର ୮୫ତମ ଅଧିବେଶନରେ ଏହି ନିଷ୍ପତ୍ତି ନିଆଯାଇଛି। ହେଲେ କିଏ କହିବେ କିଏ ନରହିବେ ଖଡଗେଙ୍କ ପାଇଁ ବଡ ଚ୍ୟାଲେଞ୍ଜ ସାବ୍ୟସ୍ତ ହେବାକୁ ଯାଉଛି। କାରଣ ଏହି ନିଷ୍ପତ୍ତି ଖଡଗେଙ୍କ ବିରୋଧୀ ଗୋଷ୍ଠୀକୁ ବଳ ଦେଇପାରେ।

ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି ଯେ ସିଡବ୍ଲ୍ୟୁସିର କୌଣସି ନିର୍ବାଚନ ହେବ ନାହିଁ ବୋଲି ଷ୍ଟିୟରିଂ କମିଟି ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନେଇଛି। ବର୍ତ୍ତମାନର ରାଜନୈତିକ ପରିସ୍ଥିତି ଏବଂ ଦେଶର ଏକ ପ୍ରମୁଖ ବିରୋଧୀ ଦଳ ଭାବେ କଂଗ୍ରେସ ସମ୍ମୁଖୀନ ହେଉଥିବା ଆହ୍ୱାନକୁ ଦୃଷ୍ଟିରେ ରଖି ସିଡବ୍ଲୁସି ନିର୍ବାଚନ ନକରିବାକୁ ନିଷ୍ପତ୍ତି ନିଆଯାଇଛି।

ସିଡବ୍ଲୁସିର ସ୍ଥାୟୀ ସଦସ୍ୟ ସଂଖ୍ୟା ୨୩ରୁ ୩୫କୁ ବୃଦ୍ଧି କରିବା ପାଇଁ ଦଳ ସମ୍ବିଧାନରେ ସଂଶୋଧନ କରିଛି। ସେଥିମଧ୍ୟରୁ ସୋନିଆ ଗାନ୍ଧୀ ଅନ୍ୟତମ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓ ମନମୋହନ ସିଂହଙ୍କ ବ୍ୟତୀତ ବାକି ୩୧ ଜଣ ସଦସ୍ୟ ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେ ନିଷ୍ପତ୍ତି ନେବେ।

ଖଡଗେ ଦାୟିତ୍ୱ ନେବା ପରଠାରୁ ସେ ୧୦ ଜନପଥ ଇସାରାରେ ବା ଗାନ୍ଧୀ ପରିବାରର ଚାପରେ କିମ୍ବା ଇଙ୍ଗିତରେ କାମ କରନ୍ତି ବୋଲି ଚର୍ଚ୍ଚା ହେଉଛି । ଏଭଳି ପରିସ୍ଥିତିରେ ଖଡଗେଙ୍କୁ ଫ୍ରି ହ୍ୟାଣ୍ଡ ବା ଟିମ୍ ଚୟନରେ ସମ୍ପୂର୍ଣ୍ଣ ସ୍ବାଧୀନତା ଦେଇ ଦଳ ସୂଚାଇବାକୁ ଚାହୁଁଛି ଯେ ଷ୍ଟିଅରିଂ କମିଟି ଯେଉଁ ନିଷ୍ପତ୍ତି ନେଇଛି, ତାହା ନିରପେକ୍ଷ ଭାବରେ ନିଆଯାଇଛି। ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ କିମ୍ବା ପରିବାରର ଚାପ ଖଡଗେଙ୍କ ଉପରେ ନାହିଁ। ଗାନ୍ଧୀ ପରିବାର ସୂଚାଇ ଦେବାକୁ ଚେଷ୍ଟା କରିଛି ଯେ ଖଡଗେ ଦଳର ସଭାପତି ହେବା ପରେ ସେ ତାଙ୍କର ନିଜ ଟିମ୍ ସିଡବ୍ଲୁସି ଟିମ୍ ବାଛିବା ଉଚିତ୍।

 

 

Comments are closed.