Latest Odisha News

BREAKING NEWS

ଆଜି ଗୋପାଳର ନାର୍କୋ ଟେଷ୍ଟ; ପଚରା ଯାଇପାରେ ଏହି ସବୁ ପ୍ରଶ୍ନ

ଭୁବନେଶ୍ୱର :ନବଦାସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସର ଆଜି ହେବ ନାର୍କୋ ଟେଷ୍ଟ । ଗତକାଲି ଗୁଜରାଟର ଗାନ୍ଧିନଗରଠାରେ ତାର ପଲିଗ୍ରାଫି ଟେଷ୍ଟ ହୋଇଥିବାବେଳେ ଆଜି ନାର୍କୋ ଟେଷ୍ଟ କରାଯିବ । ତେବେ ନାର୍କୋ ଟେଷ୍ଟରେ କି କି ପ୍ରଶ୍ନ ପଚରାଯିବ ଗୋପାଳକୁ ? ଗୋପାଳକୁ କି ପ୍ରଶ୍ନ ପଚରାଯିବ ତାକୁ ନେଇ ସବୁଆଡେ ଚର୍ଚ୍ଚା ।   ଗୋପାଳକୁ କି କି ପ୍ରଶ୍ନ ପଚରାଯିବ ତାର ଏକ ସମ୍ଭାବ୍ୟ ତାଲିକା ସାମ୍ନାକୁ ଆସିଛି ।

ପୋଲିସ ସୁଚନା ଅନୁଯାୟୀ, ପ୍ରଥମ ଏବଂ ମୁଖ୍ୟ ପ୍ରଶ୍ନ ରହିବ ହତ୍ୟାର ଉଦ୍ଦେଶ୍ୟ କ’ଣ  ଯାହା ଆଜିଯାଏ କ୍ରାଇମବ୍ରାଞ୍ଚ ଗୋପାଳଠାରୁ ଆଦାୟ କରିପାରିନି । ଗୋପାଳ ମନ୍ତ୍ରୀ ନବ ଦାସଙ୍କୁ କାହିଁକି  ହତ୍ୟା କଲା ଏହା ପ୍ରଥମ ପ୍ରଶ୍ନ ରହିବ । ଏହା ବ୍ୟତୀତ ହତ୍ୟା ପଛର କାରଣ କ’ଣ ? କେତେ ଦିନ ପୂର୍ବରୁ ହତ୍ୟା ଷଡଯନ୍ତ୍ର କରାଯାଇଥିଲା ? ମନ୍ତ୍ରୀଙ୍କ ମୃତ୍ୟୁ ଯୋଗୁ ତାର କି ଲାଭ ହେଲା ? ମନ୍ତ୍ରୀଙ୍କୁ ଗୁଳି ମାରିବ ପରେ ସେ ଅନୁତାପ କରୁଛି କି? ହତ୍ୟା ପାଇଁ ସୁପାରୀ ଦିଆଯାଇଛି କି ? ଯଦି ଦିଆଯାଇଛି କିଏ ଦେଇଛି ? ହତ୍ୟାକାଣ୍ଡ ପାଇଁ କିଏ ସହାଯାଗ କରିଛି କି ?କେଉଁ କାରଣରୁ ସେ ନବ ଦାସଙ୍କ ଉପରେ ରାଗି ଥିଲା ? ବ୍ୟକ୍ତିଗତ ଶତ୍ରୁତା ଥିଲା କି ? ବ୍ୟାବସାୟିକ ଶତ୍ରୁତା ଥିଲା କି ? ନବ ଦାସ ତାର କିମ୍ବା ତା ପରିବାରର କିଛି କ୍ଷତି କରିଥିଲେ କି ? କୋଇଲା ମାଫିଆ ସହ ତାଙ୍କର କିଛି ସମ୍ପର୍କ ରହିଛି କି ? ହତ୍ୟା ପଛରେ କଛି ରାଜନୈତିକ କାରଣ ରହିଛି କି ?  ଏହି ଭଳି କିଛି ପ୍ରଶ୍ନ ଗୋପାଳକୁ ପଚରାଯିବ ।

ଏଠି କହିରଖିବୁ, ଗୋପାଳର ତୃତୀୟ ପର୍ଯ୍ୟାୟ ରିମାଣ୍ଡ ଗତକାଲିଠାରୁ ଆରମ୍ଭ ହୋଇଛି । ଏଥର ରିମାଣ୍ଡ ସରିବା ପରେ କ୍ରାଇମବ୍ରାଞ୍ଚ ଗୋପାଳକୁ ଆଉ ଞ୍ଚ ରିମାଣ୍ଡରେ ନେବା ସମ୍ଭବ ହେବନି । ଏଣୁ ଗୋପାଳ ଜେଲକୁ ଯିବା ପୂର୍ବରୁ କ୍ରାଇମବ୍ରାଞ୍ଚ ତାଙ୍କଠାରୁ ସମସ୍ତ ତଥ୍ୟ ଓ ପ୍ରମାଣ ହାସଲ କରିବାକୁ ଚେଷ୍ଟା କରିବ ।

Leave A Reply

Your email address will not be published.