Latest Odisha News

BREAKING NEWS

ପ୍ରାଣପ୍ରତିଷ୍ଠା ପାଇଁ ଆଉ କିଛି ସମୟର ଅପେକ୍ଷା, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ନୂଆଦିଲ୍ଲୀ: ଆଉ କିଛି ସମୟର ବ୍ୟବଧାନ ପରେ ପ୍ରତିଷ୍ଠା ହେବ ଅଯୋଧ୍ୟାରେ ନବନିର୍ମିତ ରାମ ମନ୍ଦିର। ଦିନ ପ୍ରାୟ ୧୨.୨୦ ମିନିଟ ସମୟରେ ମର୍ଯ୍ୟାଦାପୁରୁଷ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମ ସମାପନ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଏହି ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଉପସ୍ଥିତ ରହିବେ। ତେବେ ଏହି କାର୍ଯ୍ୟକ୍ରମରେ ପାଖାପାଖି ୮ ହଜାର ଅତିଥି ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଆଜି ଅଯୋଧ୍ୟାରେ ରାମଲଲ୍ଲାଙ୍କ ମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଥିବା ବେଳେ ଏଥିପାଇଁ ଅଯୋଧ୍ୟ ସମେତ ପୂରା ଦେଶ ରାମମୟ ହୋଇ ପଡ଼ିଛି। ଏହି ସ୍ୱତନ୍ତ୍ର ସମୟକୁ ସ୍ମରଣୀୟ କରିବା ପାଇଁ ସନ୍ଧ୍ୟାରେ ଅଯୋଧ୍ୟା ନଗରୀରେ ପ୍ରାୟ ୧୦ ଲକ୍ଷ ଦ୍ୱୀପ ପ୍ରଜ୍ଜ୍ୱଳିତ କରାଯିବ ବୋଲି ଜଣାପଡ଼ିଛି। ସେପଟେ ନିମନ୍ତ୍ରିତ ଅତିଥିମାନେ ଧିରେ ଧିରେ ଅଯୋଧ୍ୟାରେ ପହଞ୍ଚିବା ଆରମ୍ଭ କରିଦେଇଛନ୍ତି। ଏଥିପାଇଁ ଅଯୋଧ୍ୟା ପୋଲିସ ଛାଉଣିରେ ପରିଣତ ହୋଇଛି। ପାଖିପାଖି ୧୪ ହଜାର ପୋଲିସ ନିୟୋଜିତ ହୋଇଛନ୍ତି।

ସେହିପରି ୧୦ ହଜାର ପିଏସସି ମଧ୍ୟ ନିୟୋଜିତ ହୋଇଛନ୍ତି। ଏହା ବ୍ୟତୀତି ଏସପିଜି, ଏନଏସଜି ଓ ଏନଡିଆରଏଫ ଯବାନ ମଧ୍ୟ ନିୟୋଜିତ ହୋଇଛନ୍ତି। ସମ୍ପୂର୍ଣ୍ଣ ଅଯୋଧ୍ୟାକୁ ନବବଧୂ ଭଳି ଫୁଲରେ ସଜାଇ ଦିଆଯାଇଛି। ରାମମନ୍ଦିର ପରିସରକୁ ୩ ହଜାର କିଲୋ ଫୁଲରେ ସଜାଇ ଦିଆଯାଇଛି। ଏହି ସାଜସଜ୍ଜାରେ କିଛି ସ୍ୱତନ୍ତ୍ର ଧରଣର ଫୁଲ ରହିଥିବା ଜଣାପଡିଛି। ତେବେ ଆଜିର ଏହି ଭବ୍ୟ ମନ୍ଦିରକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ। ଏହା ସହିତ ରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ମଧ୍ୟ ହେବ। ସେପଟେ ଆସନ୍ତାକାଲି ଅର୍ଥାତ ଜାନୁଆରୀ ୨୩ ତାରିଖରୁ ସାଧାରଣ ଲୋକଙ୍କ ପାଇଁ ମନ୍ଦିର ଖୋଲା ରହିବ ବୋଲି ଜଣାପଡ଼ିଛି।

ମର୍ଯ୍ୟାଦାପୁରୁଷ ଶ୍ରୀରାମଙ୍କ ନାମ ସମଗ୍ର ଅଯୋଧ୍ୟା ତଥା ଦେଶ ତଥା ବିଦେଶରେ ଗୁଞ୍ଜରିତ ହେଉଛି। ଲୋକମାନେ ପ୍ରଭୁ ରାମଙ୍କୁ ସମ୍ପୂର୍ଣ୍ଣ ଉତ୍ସାହରେ ସ୍ୱାଗତ କରିବାକୁ ପ୍ରସ୍ତୁତ। ଆଜି ସମାରୋହ ଦିନ ପ୍ରାୟ ୧୨.୨୦ରେ ଅନୁଷ୍ଠିତ ହେବ। ଅଯୋଧ୍ୟାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଅଯୋଧ୍ୟା ର ସମସ୍ତ ସୀମାକୁ ସିଲ୍ କରାଯାଇଛି। ୟୁପି ପୋଲିସ ସହିତ ଏନଡିଆରଏଫ ଏବଂ ଏସଡିଆରଏଫ ମଧ୍ୟ ନିୟୋଜିତ ହୋଇଛନ୍ତି। ସିଏମ୍ ଯୋଗୀ ଅନେକ ଥର ଅଯୋଧ୍ୟା ଗସ୍ତରେ ଆସୁଛନ୍ତି ଏବଂ ନିରନ୍ତର ପ୍ରସ୍ତୁତି ଉପରେ ନଜର ରଖିଛନ୍ତି।

Leave A Reply

Your email address will not be published.