Latest Odisha News

ଆଜି ଶିଶୁ ଦିବସ; ପଣ୍ଡିତ ଜବାହରଲାଲ ନେହେରୁଙ୍କୁ ୧୩୩ତମ ଜୟନ୍ତୀ

ନୂଆଦିଲ୍ଲୀ: ଆଜି ଶିଶୁ ଦିବସ । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମଜୟନ୍ତୀ । ଚଳିତବର୍ଷ ପୂରା ଦେଶ ତାଙ୍କର ୧୩୩ତମ ଜୟନ୍ତୀ ପାଳନ କରୁଛି । ଜବାହରଲାଲ ନେହେରୁ ଶିଶୁମାନଙ୍କୁ ଖୁବ ଭଲ ପାଉଥିଲେ । ତେଣୁ ତାଙ୍କୁ ଶିଶୁମାନେ ‘ଚାଚା ନେହେରୁ’ ଡାକୁଥିଲେ । ଶିଶୁ ମାନେ ଦେଶର ଭବିଷ୍ୟତ ବୋଲି କହୁଥିଲେ ଚାଚା ନେହେରୁ । ୧୮୮୯ ଉତ୍ତରପ୍ରଦେଶର ଆହ୍ଲାବାଦରେ ତାଙ୍କର ଜନ୍ମ । ତାଙ୍କ ବାପାଙ୍କ ନାଁ ମୋତିଲାଲ ନେହେରୁ ଓ ମାଆଙ୍କ ନାଁ ସ୍ୱରୂପ ରାଣୀ ନେହେରୁ ।

ନେହେରୁ ବ୍ରିଟିଶମାନଙ୍କ କବଳରୁ ଭାରତର ସ୍ୱାଧୀନତା ପାଇଁ୧୯୨୦ରେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ । ୧୯୩୦ରୁ ୧୯୪୦ ପର୍ଯ୍ୟନ୍ତ ସଂଗ୍ରାମର ନେତୃତ୍ୱ ନେଇଥିଲେ । ସେ ୧୬ ବର୍ଷ ପାଇଁ ଦେଶର ପ୍ରଧାନମନ୍ତ୍ରୀ ହୋଇ ରହିଥିଲେ ।

ନେହେରୁଙ୍କ ପୂର୍ବରୁ ମିଳିତ ଜାତିସଂଘ ଦ୍ୱାରା ସ୍ଥିରୀକୃତ ନଭେମ୍ୱର ୨୦ତାରିଖକୁ ‘ଚିଲଡ୍ରେନ୍ସ ଡେ’ ବା ଶିଶୁ ଦିବସ ଭାବେ ପାଳନ କରାଯାଉଥିଲା । କିନ୍ତୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ମୃତ୍ୟୁ ୧୯୬୪ ମସିହରେ ହେବା ପରେ ତାଙ୍କୁ ମନେପକାଇବା ଲାଗି ତାଙ୍କ ଜନ୍ମ ଦିନକୁ ସାରା ଦେଶରେ ଶିଶୁ ଦିବସ ଭାବେ ପାଳନ କରାଗଲା । ‘ବାଲ୍ ଦିବସ୍’ ଭାବେ ଦେଶର କୋଣ ଅନୁକୋଣରେ ଥିବା ସ୍କୁଲ ଗୁଡିକରେ ନେହେରୁଙ୍କ ଜୟନ୍ତୀ ଖୁବ ଧୂମଧାମରେ ପାଳନ କରାଯାଏ ।

 

Leave A Reply

Your email address will not be published.