Latest Odisha News

BREAKING NEWS

ଆଜି ଅନ୍ତର୍ଜାତୀୟ ଅହିଂସା ଦିବସ; ଜାଣନ୍ତୁ କଣ ରହିଛି ଏହାର ଉଦ୍ଦେଶ୍ୟ

ମହାତ୍ମା ଗାନ୍ଧୀଙ୍କ ଜନ୍ମ ଦିବସକୁ ଗାନ୍ଧୀ ଜୟନ୍ତୀ ବା ଅନ୍ତର୍ଜାତୀୟ ଅହିଂସା ଦିବସ ଭାବେ ପାଳନ କରାଯାଏ। ପ୍ରତିବର୍ଷ ଅକ୍ଟୋବର ୨ ତାରିଖରେ ଗାନ୍ଧୀ ଜୟନ୍ତୀ ପାଳିତ ହୁଏ।

ମହାତ୍ମା ଗାନ୍ଧୀ ୨ ଅକ୍ଟୋବର ୧୮୬୯ରେ ଗୁଜୁରାଟର ପୋର ବନ୍ଦରଠାରେ ଜନ୍ମଗ୍ରହଣ କରିଥିଲେ। ବ୍ରିଟିଶମାନଙ୍କ କବଳରୁ ଦେଶକୁ ସ୍ବାଧୀନତା ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଗାନ୍ଧୀଜୀ। ସତ୍ୟ ଏବଂ ଅହିଂସା ବିଷୟରେ ଗାନ୍ଧୀଜୀଙ୍କ ଚିନ୍ତାଧାରା କେବଳ ଭାରତ ନୁହେଁ ସମଗ୍ର ବିଶ୍ବକୁ ମାର୍ଗଦର୍ଶନ କରିଆସୁଛି ଏବଂ ଆଗକୁ ବି ଜାରି ରଖିବ। ତାଙ୍କ ନୀତି ଏବଂ ମତକୁ ସମ୍ମାନ ଜଣାଇ ପ୍ରତିବର୍ଷ ୨ ‌ଅକ୍ଟୋବରରେ ଅନ୍ତର୍ଜାତୀୟ ଅହିଂସା ଦିବସ ପାଳନ କରାଯାଏ।

ମହାତ୍ମା ଗାନ୍ଧୀଙ୍କ ଜନ୍ମ ଦିନକୁ ‘ଅନ୍ତର୍ଜାତୀୟ ଅହି˚ସା ଦିବସ’ ଭାବେ ପାଳନ କରିବା ପାଇଁ ୧୫ ଜୁନ୍‌ ୨୦୦୭ରେ ‘ଜାତି ସ˚ଘ’ର ସାଧାରଣ ପରିଷଦ ଅନୁମୋଦନ ଦେଇଥିଲା ଏବ˚ ସେହି ବର୍ଷ ପ୍ରଥମ ଥର ପାଇଁ ବିଶ୍ବ ସ୍ତରରେ ଏହି ଦିବସ ପାଳିତ ହୋଇଥିଲା।

ଏହି ଦିବସ ପାଳନ ପାଇଁ ଜାନୁଆରି ୨୦୦୪ରେ ପ୍ରଥମେ ପ୍ରସ୍ତାବ ଦେଇଥିଲେ ଇରାନିଆନ୍‌ ନୋବେଲ୍‌ ବିଜୟିନୀ ସିରିନ ଇବାଦି। ୨୦୦୩ରେ ଶାନ୍ତି ପାଇଁ ନୋବେଲ୍‌ ପାଇଥିବା ଏହି ପ୍ରସିଦ୍ଧ ମହିଳା ଜଣେ ଗାନ୍ଧୀବାଦୀ।

ସେ ପେସାଦାର ଆଇନଜୀବୀ ଏବ˚ ମାନବାଧିକାର ଆନ୍ଦୋଳନ କର୍ମୀ। ତାଙ୍କ ପ୍ରସ୍ତାବକୁ ପରବର୍ତ୍ତୀ କାଳରେ ଭାରତ ସରକାର, କ˚ଗ୍ରେସ ଦଳ ଓ ଦକ୍ଷିଣ ଆଫ୍ରିକାର ବର୍ଣ୍ଣବୈଷମ୍ୟବାଦ ବିରୋଧୀ ସକ୍ରିୟତାବାଦୀ ତଥା କେପ୍‌ ଟାଉନ୍‌ର ଆର୍କ‌୍‌ବିସପ୍‌ ଡେସ୍‌ମଣ୍ତ୍‌ ଏମ୍‌ପିଲୋ ଟୁଟୁ ସମର୍ଥନ ଦେଇଥିଲେ। ପ୍ରସ୍ତାବର ଗୁରୁତ୍ବକୁ ‘ଜାତି ସ˚ଘ’ ସାଧାରଣ ପରିଷଦର ସଦସ୍ୟମାନେ ବହୁ ମତରେ ସମର୍ଥନ ଦେବା ସହ ଏହି ଦିବସ ପାଳନ ଆରମ୍ଭ ହୋଇଥିଲା।

 

Leave A Reply

Your email address will not be published.