Latest Odisha News

BREAKING NEWS

ଆଜିଠୁ ବିଜେଡିର ଜନସଚେତନତା ଅଭିଯାନ, ଏସବୁ କାମ କରିବେ କର୍ମକର୍ତ୍ତା

ଭୁବନେଶ୍ୱର: ଗାନ୍ଧୀ ଜୟନ୍ତୀ ଅବସରରେ ଆଜିଠୁ ଆରମ୍ଭ ହେଉଛି ବିଜେଡିର ରାଜ୍ୟବ୍ୟାପୀ ଜନ ସଚେତନତା ଅଭିଯାନ । କୋଭିଡ ନେଇ ଲୋକଙ୍କୁ ସଚେତନତା କରିବା ଲକ୍ଷ୍ୟରେ ନଭେମ୍ବର ୨ ତାରିଖ ପର୍ୟ୍ୟନ୍ତ ଏହି ଅଭିଯାନ ଚାଲିବ । କାର୍ଯ୍ୟକ୍ରମରୁ ରାଜ୍ୟବ୍ୟାପୀ ତ୍ୱରାନ୍ୱିତ କରିବା ପାଇଁ ଦଳୀୟ ସାଂସଦ, ବିଧାୟକ ଓ କର୍ମକର୍ତ୍ତାଙ୍କୁ ଚିଠି ଲେଖିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

କରୋନା ସଂକଟ ଦେଇ ଗତି କରୁଛି ସାରା ଦେଶ । ଏଭଳି ସମୟରେ ଲୋକଙ୍କୁ ସଚେତନ କରାଇବା ଲକ୍ଷ୍ୟରେ ଆଜିଠାରୁ ଜନ ସଚେତନତା ଅଭିଯାନ ଆରମ୍ଭ କରୁଛି ବିଜେଡି । ପଞ୍ଚାୟତସ୍ତରରେ ଲୋକଙ୍କୁ ମାସ୍କ ବାଣ୍ଟନ କରିବେ ବିଜେଡି କର୍ମକର୍ତ୍ତା । ସଂକ୍ରମଣରୁ ସୁରକ୍ଷା ନେଇ ସଚେତନ କରାଇବେ ।

ଏହାସହ ଟେଷ୍ଟିଂରେ ସହଯୋଗ, ଚିକିତ୍ସା କରାଇବାକୁ ସଚେତନ କରାଇବା ସହ କୋଭିଡ୍‌ ଯୋଦ୍ଧାଙ୍କୁ ଉତ୍ସାହିତ କରାଯିବ । ପ୍ଲାଜ୍‌ମା ଦାନର ମହାନତା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବେ ବିଜେଡି ନେତା ଓ କର୍ମୀ । ନିଜ ନିଜ ନିର୍ବାଚନ ମଣ୍ଡଳୀରେ ‘ଓଡ଼ିଶା ମୋ ପରିବାର’ ସହ ସାମିଲ ହୋଇ ସଚେତନତା ଅଭିଯାନକୁ ଆଗେଇ ନେବାକୁ ଆହ୍ୱାନ ଦେଇଛନ୍ତି ବିଜେଡି ସୁପ୍ରିମୋ ।

Leave A Reply

Your email address will not be published.