Latest Odisha News

BREAKING NEWS

ଆଜି ଅନ୍ତର୍ଜାତୀୟ ଅନୁବାଦ ଦିବସ ।

୧୯୫୩ ମସିହାରୁ ‘ଅନ୍ତର୍ଜାତୀୟ ଅନୁବାଦକ ସଂଘ’ ଆନୁକୂଲ୍ୟରେ ପ୍ରତିବର୍ଷ ସେପ୍ଟେମ୍ବର ୩୦ ତାରିଖରେ ‘ଅନ୍ତର୍ଜାତୀୟ ଅନୁବାଦ ଦିବସ’ ପାଳନ କରାଯାଉଛି । ଏହା ବିଶ୍ୱର ପ୍ରଥମ ଅନୁବାଦକ ସେନ୍‌ଟ ଜେରୋମ୍‌ଙ୍କ ଫିସ୍‌ଟ ଡେ ବା ଉତ୍ସବ ଦିନ । ହିବ୍ରୁ ଭାଷାରେ ରଚିତ ମୂଳ ‘ବାଇବେଲ୍‌କୁ’ ସେ ଲାଟିନ୍ ଭାଷାରେ ଅନୁବାଦ କରିଥିଲେ । କିରସ୍ତାନ ଧାର୍ମିକ ପରମ୍ପରାରେ ସେ ଅନୁବାଦର ପୃଷ୍ଠପୋଷକ ସନ୍ଥ । ତାଙ୍କ ସମାନାର୍ଥେ ଏହି ଦିନକୁ ‘ଅନ୍ତର୍ଜାତୀୟ ଅନୁବାଦ ଦିବସ’ ଭାବେ ପାଳନ କରାଯାଉଛି ।

୨୦୧୭ ମସିହାରେ ଜାତି ସଂଘର ସାଧାରଣ ପରିଷଦ ଏହି ଦିବସ ପାଳନ କରିବାକୁ ଅନୁମୋଦନ ଦେଇଥିଲା । ‘ବାଇବେଲ୍‌’ ୬୭୦ଟି ଭାଷାରେ ଅନୂଦିତ । ସର୍ବାଧିକ ଅନୂଦିତ ଉପନ୍ୟାସ ହେଉଛି ‘ଦ ଲିଟିଲ୍ ପ୍ରିନ୍ସ’ ୩୦୦ ଭାଷାରେ ଅନୂଦିତ । ସବୁଠାରୁ ଅଧିକ ଅନୂଦିତ ଭାଷା ହେଉଛି ଇଂରାଜୀ । ଏହାପରେ ରହିଛି ଫ୍ରେନ୍‌ଚ, ଜର୍ମାନ୍ ଓ ଇଟାଲିଆନ୍ ।

lingua technologies international

ତେବେ ଭାରତ ପରି ଏକ ବହୁଭାଷୀ ଦେଶ ମଧ୍ୟରେ ଯୋଗାଯୋଗ କରିବାକୁ ଅନୁବାଦ ଗ୍ରହଣ କରାଯିବା ଆବଶ୍ୟକ । ପୂର୍ବରୁ ଅନୁବାଦ କେବଳ ଭାଷାଭିତ୍ତିକ କାର୍ଯ୍ୟକଳାପ ଭାବେ ବିବେଚନା କରାଯାଉଥିଲା କିନ୍ତୁ ବିଂଶ ଶତାବ୍ଦୀର ଶେଷ ଦଶନ୍ଧିରୁ ଅନୁବାଦ ସାଂସ୍କୃତିକ ତଥା ଜାତୀୟ ସ୍ତରରେ ମଧ୍ୟ ଗୁରୁତ୍ୱ ବହନ କରିବାକୁ ଲାଗିଲା । ବର୍ତ୍ତମାନର କର୍ମଚଞ୍ଚଳ ଜୀବନରେ ଗୁଗୁଲ୍ ଯୋଗୁ ଏହା ଆହୁରି ସହଜ ହୋଇପାରିଛି । ଏହା ମାଧ୍ୟମରେ ଗୁଗୁଲ୍ ୟୁଜର୍ସ ଯେକୌଣସି ଭାଷାରୁ ନିଜ ପସନ୍ଦଯୋଗ୍ୟ ଭାଷାକୁ ଅତି ସହଜରେ ଅନୂଦିତ କରିପାରୁଛନ୍ତି ।

Leave A Reply

Your email address will not be published.