Latest Odisha News

BREAKING NEWS

ସଂଜୟ ରାଉତଙ୍କ ଉପରେ ବର୍ଷିଲେ ବମ୍ବେ ହାଇକୋର୍ଟ

ମୁମ୍ବାଇ: ଶିବସେନା ମୁଖପାତ୍ର ସଂଜୟ ରାଉତଙ୍କ ଉପରେ ବର୍ଷିଲେ ବମ୍ବେ ହାଇକୋର୍ଟ । ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବା ମାମଲାରେ ବମ୍ବେ ହାଇକୋର୍ଟ ତାଙ୍କ ଉପରେ ବର୍ଷିଛନ୍ତି । ଯଦି ଜଣେ ସାଂସଦ ହୋଇ ଏଭଳି କହିବେ ତାହେଲେ ଅନ୍ୟ ମାନେ କେମିତି କହିବେ ବୋଲି ବିଚାରପତି କହିଛନ୍ତି। ସେ ଏକୁଟିଆ ମହାରାଷ୍ଟ୍ର ପାଇଁ ଗର୍ବିତ ନୁହନ୍ତି ବିଚାରପତି ମଧ୍ୟ ନିଜକୁ ମହାରାଷ୍ଟ୍ରର ବୋଲି କହିଛନ୍ତି।

କଙ୍ଗନାଙ୍କ ମନ୍ତବ୍ୟକୁ ପ୍ରଶଂସା କରାଯାଉନି ହେଲେ ଜଣେ ସାଂସଦ ହୋଇ ନିୟମ ବାବଦରେ ଆଗ ଜାଣିବା ଦରକାର ବୋଲି ସଞ୍ଜୟ ରାଉତଙ୍କୁ କହିଛନ୍ତି ବମ୍ୱେ ହାଇକୋର୍ଟ। ଯେଉଁଭଳି ଆଚରଣ ଦେଖାଉଛନ୍ତି ଏବଂ ତାଙ୍କ ଘର ଭଙ୍ଗାଯାଉଛି ତାହା ଠିକ୍ ଆଚରଣ କି ବୋଲି ଜଷ୍ଟିସ୍ ଏସ୍ ଜେ କାଥାୱାଲା ଏବଂ ଆର ଆଇ ଚାଗଲାଙ୍କ ବେଞ୍ଚ ସଂଜୟଙ୍କୁ ପ୍ରଶ୍ନ କରିଛନ୍ତି ।

କଙ୍ଗନାଙ୍କ ଉପରେ ଦେଇଥିବା ମନ୍ତବ୍ୟ ପାଇଁ ସତ୍ୟପାଠ ଦାଖଲ କରିବାକୁ ସଞ୍ଜୟଙ୍କୁ କହିଥିଲେ କୋର୍ଟ। ସତ୍ୟପାଠରେ ସଞ୍ଜୟ ନିଜ ମନ୍ତବ୍ୟ ପାଇଁ କିନ୍ତୁ କ୍ଷମା ମାଗି ନାହାନ୍ତି। ହେଲେ ତାଙ୍କର ଉଦ୍ଦେଶ୍ୟ ଧମକାଇବା କି ଡରାଇବା ନଥିଲା ବୋଲି ସଞ୍ଜୟ କହିଛନ୍ତି। ସୂଚନାଯୋଗ୍ୟ, କଙ୍ଗନା ମୁମ୍ୱାଇ ପିଓକେ ଭଳି ଅସୁରକ୍ଷିତ ଲାଗୁଛି ବୋଲି କହିଥିଲେ। ଏହାପରେ ସଞ୍ଜୟ ରାଉତ କଙ୍ଗନାଙ୍କ ଉପରେ ଅପଶବ୍ଦ କହିଥିଲେ। ଅକ୍ଚୋବର ୫ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି।

Leave A Reply

Your email address will not be published.