Latest Odisha News

BREAKING NEWS

ଆଜି ପବିତ୍ର ମାଘ ପୂର୍ଣ୍ଣିମା, କରନ୍ତୁ ଏହି କାମ ଭଗବାନ ବିଷ୍ଣୁଙ୍କର ମିଳିବ ଅଶେଷ କୃପା

ଭୁବନେଶ୍ବର: ଆଜି ପବିତ୍ର ମାଘ ପୂର୍ଣ୍ଣିମା । ଶାସ୍ତ୍ରରେ ସମସ୍ତ ପୂର୍ଣ୍ଣିମା ଗୁଡିକର ବିଶେଷ ମହତ୍ତ୍ୱ ରହିଛି କିନ୍ତୁ ମାଘ ପୂର୍ଣ୍ଣିମା ବିଶେଷ ଫଳପ୍ରଦ ବୋଲି ବିବେଚନା କରାଯାଏ । କାରଣ ଅନ୍ୟ ପୂର୍ଣ୍ଣିମା ଗୁଡିକରେ ଦେବି ଲକ୍ଷ୍ମୀ ଓ ଚନ୍ଦ୍ର ଦେବାତାଙ୍କୁ ପୂଜା କରାଯାଇଥାଏ ହେଲେ ମାଘ ପୂର୍ଣ୍ଣିମାରେ କେବଳ ବିଷ୍ଣୁ ଭଗବାନଙ୍କୁ ପୂଜା କରାଯାଏ । ଯାହାଦ୍ବାରା ଏହି ଦିନର ମହତ୍ବ ଅନେକ ବଢିଯାଏ ।

ଧାର୍ମିକ ବିଶ୍ୱାସ ଅନୁଯାୟୀ, ଏହି ଦିନ ସବୁ ଦେବା ଦେବୀ ସୁନା ନେଇ ପୃଥିବୀକୁ ଆସି ଗଙ୍ଗାରେ ସ୍ନାନ କରିଥାନ୍ତି । ସେଥିପାଇଁ ଏହି ଦିନ ଗଙ୍ଗା କିମ୍ବା କୌଣସି ପବିତ୍ର ନଦୀରେ ଗାଧୋଇବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ ।

ଏହି ଦିନ ଗଙ୍ଗା କିମ୍ବା ଅନ୍ୟ ପବିତ୍ର ନଦୀରେ ବୁଡ ପକାଇବା ଦ୍ବାରା ବ୍ୟକ୍ତିର ଅନେକ ଜନ୍ମର ପାପ ନଷ୍ଟ ହୋଇଥାଏ । ଏହି ଦିନ ସତ୍ୟନାରାୟଣ ଙ୍କ ପୂଜାପାଠ କରିବାର ନିୟମ ରହିଛି ।

ଏହି ଦିନ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କର ମଧ୍ୟ ଉପାସନା କରାଯାଇଥାଏ । ପୂର୍ଣ୍ଣିମା ଦିନ ତାଙ୍କୁ ପୂଜା କଲେ ଭକ୍ତଙ୍କୁ ପ୍ରଭୁଙ୍କର ଆଶୀର୍ବାଦ ମିଳିଥାଏ ଏବଂ ଭକ୍ତର ଜୀବନର ସମସ୍ତ ଦୁଃଖ ଦୂର ହୁଏ ।

ଏହା ସହିତ, ଏହି ଦିନ ପୂଜା ଘରେ ଘିଅର ଏକ ଅଖଣ୍ଡ ଦୀପ ଜଳାଇବା ଉଚିତ୍ । ଏହା କରିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ମାଘ ପୂର୍ଣ୍ଣିମା ଦିନ ଦେବୀ ଲକ୍ଷ୍ମୀଙ୍କର ଅଶ୍ବତ୍ଥ ଗଛରେ ବାସ ହୋଇଥାଏ । ତେଣୁ ଆଜି ସକାଳୁ ଅଶ୍ବତ୍ଥ ଗଛରେ ପାଣି ଦେବା ସହ ଏକ ଘିଅ ଦୀପ ଜାଳିଲେ ଧନଧାନ୍ୟ ସହ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ପିତୃପୁରୁଷଙ୍କ ଅର୍ଥେ ଶ୍ରାଦ୍ଧ ମଧ୍ୟ ଏହି ଦିନ କରାଯାଇଥାଏ । ଏହା କରିବା ଦ୍ୱାରା ପିତୃପୁରୁଷଙ୍କ ଠାରୁ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।

ପୂଜା କରିବା ପରେ, ଏହି ଦିନ ଗରିବ ଲୋକଙ୍କୁ ଦାନ କରିବା ମଧ୍ୟ ବହୁତ ଫଳପ୍ରଦ ଅଟେ ଧାର୍ମିକ ଶାସ୍ତ୍ର ଅନୁଯାୟୀ, ଏହି ଦିନ ଜଣେ ଗରିବ ଏବଂ ଅଭାବୀ ବ୍ୟକ୍ତିଙ୍କୁ ରାଶି, କମ୍ବଳ, ଘିଅ, ଫଳ ଇତ୍ୟାଦି ଜିନିଷ ଦାନ କରିପାରିବେ ।

Leave A Reply

Your email address will not be published.