Latest Odisha News

BREAKING NEWS

ରାଜ୍ୟବ୍ୟାପୀ ଜନସମ୍ପର୍କ ପଦଯାତ୍ରାର ଶେଷ ଦିନ, ବଡ଼ଦାଣ୍ଡରେ ବିଜେଡିର ବିରାଟ ଶୋଭାଯାତ୍ରା

ପୁରୀ: ବଡ଼ଦାଣ୍ଡରେ ବିଜେଡିର ବିଶାଳ ରୋଡ ଶୋ ଦେଖିବାକୁ ମିଳିଛି। ରାଜ୍ୟବ୍ୟାପୀ ଜନସମ୍ପର୍କ ପଦଯାତ୍ରାର ଶେଷ ଦିନ। ଆଉ ଏହି ଜନସମ୍ପର୍କ ପଦଯାତ୍ରାରେ ଜିଲ୍ଲା ସଭାପତି ମହେଶ୍ୱର ମହାନ୍ତିଙ୍କ ପାୱାର ଶୋ’ ଦେଖିବାକୁ ମିଳିଛି। ପନ୍ଦର ହଜାରରୁ ଅଧିକ ଦଳୀୟ ନେତା ଓ କର୍ମୀଙ୍କୁ ନେଇ ନରେନ୍ଦ୍ର କୋଣସ୍ଥିତ ବିଜେଡ଼ି ପାର୍ଟି ଅଫିସରୁ ଏହି ବିଶାଳ ଶୋଭାଯାତ୍ରା‌ ବାହାରିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ପବିତ୍ର ଗାନ୍ଧୀ ଜୟନ୍ତୀରୁ ଚାଲିଥିବା ରାଜ୍ୟବ୍ୟାପୀ ଜନସମ୍ପର୍କ ପଦଯାତ୍ରାର ଆଜି ଶେଷ ଦିନରେ ପୁରୀରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।

ମହେଶ୍ବର ମହାନ୍ତି ତାଙ୍କର ହଜାର ହଜାର ସମର୍ଥକଙ୍କ ସହ ବଡ଼ଦାଣ୍ଡରେ ବିରାଟ ଶୋଭାଯାତ୍ରା କରିଛନ୍ତି। ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ବାର୍ତ୍ତା ଦେଇ ହଜାର ହଜାର ମହିଳା, ଯୁବ, ଛାତ୍ର ଏଥିରେ ସାମିଲ ହୋଇଥିଲେ। ଶରଧାବାଲିରେ ପଦଯାତ୍ରା ପହଞ୍ଚିବା ପରେ ମୁକ୍ତାକାଶ ରଙ୍ଗମଞ୍ଚରେ ବିଶାଳ ସଭା ଅନୁଷ୍ଠିତ ହୋଇଥିଲା। ବିଜେଡ଼ି ଜିଲ୍ଲା ସଭାପତି ମହେଶ୍ବର ମହାନ୍ତିଙ୍କ ନେତୃତ୍ୱରେ ଆୟୋଜିତ ଏହି ପଦଯାତ୍ରାରେ ପୁରୀ ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୨୨ ପଞ୍ଚାୟତ ସହ ପୁରୀ ପୌରପାଳିକାର ୩୨ଟି ୱାର୍ଡରେ ବିଜେଡି ଓ ମୁଖ୍ୟମନ୍ତ୍ରୀଙ୍କ ନୀତି, ଆଦର୍ଶକୁ ଭଲ ପାଉଥିବା ଶୁଭେଚ୍ଛୁ ଓ ସମର୍ଥକ ମାନେ ଏଥିରେ ସାମିଲ ହୋଇଥିଲେ।

Comments are closed.