ଆଜି ବିଶ୍ଵ ପେନସନ ଦିବସ: ସାମାଜିକ ସୁରକ୍ଷା ଯୋଗାଇ ଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଦାବି
ପେନସନର ମାନଙ୍କୁ ସମ୍ମାନଜନକ ଭାବେ ଜୀବନ ଅତିବାହିତ କରିବା ପାଇଁ ଆବଶ୍ୟକୀୟ ମୌଳିକ ସୁବିଧା ଗୁଡିକୁ ଯୋଗାଇ ଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଓ.ସି.ସି.ପି.ଆର.ଏ. ର ଆବାହକ ତଥା ଏ.ଆଇ.ପି.ଆର.ପି.ଏ.ର ଓଡିଶା ରାଜ୍ୟ କମିଟି ସମ୍ପାଦକ ରବୀନ୍ଦ୍ରନାଥ ଧଳ ଦାବି କରିଛନ୍ତି ।
କଟକ: ଆଜି ବିଶ୍ୱ ପେନସନର ଦିବସ । ଏହି ଅବସରରେ କଟକ ସହରର ଖ୍ୟାତନାମା ବୟୋଜେଷ୍ଠ ଶ୍ରମିକ ନେତା ଗଜେନ୍ଦ୍ରନାଥ ମହାନ୍ତିଙ୍କ ସଭାପତିତ୍ୱରେ କଟକ ରେଳ ଷ୍ଟେସନ ଠାରେ କେନ୍ଦ୍ର, ରାଜ୍ୟ,ରାଷ୍ଟ୍ରାୟତ ସଂସ୍ଥା, ବ୍ୟାଙ୍କ, ବିମା, ସାଧାରଣ ବିମା,ଔଷଧ ଶିଳ୍ପ ଓ ଇ.ପି.ଏଫ. ପେନସନର ମାନଙ୍କର ଏକ ମିଳିତ ସଭା ଅନୁଷ୍ଠିତ ହୋଇଥିଲା ।
ବିଶ୍ୱ ଶ୍ରମିକ ମହାସଂଘ (WFTU) ଆହ୍ବାନକ୍ରମେ ଅକ୍ଟୋବର ୧ତାରିଖ ପାଳନ ହେଉଥିବା ବିଶ୍ୱ ପେନସନର ଦିବସର ଦାବି ହେଉଛି ସମସ୍ଥ ପେନସନରଙ୍କୁ ସର୍ବନିମ୍ନ ପେନସନ ଦେଇ ସମ୍ମାନଜନକ ଭାବେ ବଞ୍ଚିବାର ସୁଯୋଗ ପ୍ରଦାନ ଓ ମାଗଣା ସ୍ୱାସ୍ଥ୍ୟ ସେବା ସହିତ ବିନା ଅର୍ଥରେ ଚିକିତ୍ସା ବ୍ୟବସ୍ଥା, ରେଳ ଓ ବସ ରେ ରିହାତି ଯାତ୍ରା,ବାସଗୃହ ସହିତ ସ୍ୱଶ୍ଚ ପାନୀୟ ଜଳ ଯୋଗାଣ ଉପରେ ଅଗ୍ରାଧିକାର ଦେଇ ବ୍ୟବସ୍ଥା କରିବା ହେଉଛି ଏକ ଜନ ମଙ୍ଗଳକାରୀ ରାଷ୍ଟ୍ରର ଦାଇତ୍ୱ । ରାଷ୍ଟ୍ର କ୍ଷମତାରେ ଥିବା ଶାସକ ପେନସନର ମାନଙ୍କ ଏହି ମୌଳିକ ଦାଇତ୍ୱ ପୂରଣ ପରିବା ପରିବର୍ତ୍ତେ ମିଳୁଥିବା ସର୍ବନିମ୍ନ ସୁବିଧା ଗୁଡିକୁ ବିଭିନ୍ନ ଆଳନେଇ ପ୍ରତ୍ୟାହାର କରାଯାଉଛି ।
ଏହି ଜନ ମାରଣ ଓ ପେନସନର ବିରୋଧୀ ନୀତି ଓ ଆଭିମୁଖ୍ୟ ବିରୁଦ୍ଧରେ ଐକ୍ୟ ବଦ୍ଧ ବାବେ ସାର୍ବଜନିନ ସମସ୍ୟାଗୁଡିକ ଉପରେ ପ୍ରଭାବ ଶାଳୀ ଆନ୍ଦୋଳନ ଗଢିତୋଳିବାକୁ ସର୍ବଶ୍ରୀ ରାବିନାରାୟଣ ମଲ୍ଲିକ,ପ୍ରକାଶ ଚନ୍ଦ୍ର ରାୟ,ଭାଗ୍ୟଧର ବ୍ରହ୍ମା, କିଶୋର ଜେନା,ମନମୋହନ ପତି, ବିବେକାନନ୍ଦ ସାହୁ,ଗଙ୍ଗାଧର ବେହେରା,ପ୍ରଭାକର ରଣା ,ଏ ଆଇ ବି ଡି ପି ଏ ପକ୍ଷରୁ ଜଗନ୍ନାଥ ମଲ୍ଲିକ,ନିର୍ମଳ ଚନ୍ଦ୍ର ଦାସ ବକ୍ତବ୍ୟ ରଖିଛନ୍ତି । ସେପଟେ ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ ପକ୍ଷରୁ ମହାସଚି ଗୋକୁଳାନନ୍ଦ ବେହେରା ଅକ୍ଟୋବର ୧୧ତାରିଖ ଭୁବନେଶ୍ୱର ଠାରେ ହେବାକୁ ଯାଉଥିବା ପେନସନର ମହାସମାବେଶରେ ବହୁସଂଖ୍ୟାରେ ଯୋଗ ଦେଇ ସଫଳ କରିବାକୁ ନିବେଦନ କରିଛନ୍ତି ।
Comments are closed.