Latest Odisha News

BREAKING NEWS

ମାଟିରେ ମିଶିଲା ନରେନ୍ଦ୍ର ମହଲା: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିମନ୍ତେ ଉଚ୍ଛେଦ କଲା ପ୍ରଶାସନ

ପୁରୀ: ପୁରୀରେ ବର୍ତ୍ତମାନ ଜଗାଦର୍ଶନ ପାଇଁ ଯାତ୍ରୀଙ୍କ ନିମନ୍ତେ ଅନେକ ସୁବିଧା ମାନ ଗ୍ରହଣ କରାଯାଇଛି । ଅତୀତରେ ଯାତ୍ରୀମାନେ ଯେଉଁସବୁ ଅସୁବିଧା ମାନ ଭୋଗିଛନ୍ତି ତାହା ଯେପରି ପୁନରାବୃତ୍ତି ନହୁଏ ସେନେଇ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନେକ ଉନ୍ନତମାନର କାମ ହାତକୁ ନିଆଯାଇଛି । ଯାତ୍ରୀ ପରିକ୍ରମା ପ୍ରକଳ୍ପ ଓ ଭକ୍ତଙ୍କ ପାଇଁ ସ୍ଥାୟୀ ସେଡ୍ ନିମନ୍ତେ ପ୍ରକ୍ରିୟା ଜୋରସୋରରେ ଚାଲିଥିବାବେଳେ, ଆଜି ପୁରୀ ଶ୍ରୀନହର ନିକଟରେ ଥିବା ନରେନ୍ଦ୍ର ମହଲାକୁ ଉଚ୍ଛେଦ କରାଯାଇଛି ।

ବଡଦାଣ୍ଡ କଡରେ ଶ୍ରୀନଅର ଓ ବାଗେଡିଆ ଧର୍ମାଶାଳା ମଝିରେ ଥିବା ଏହି ନରେନ୍ଦ୍ର ମହଲାକୁ ଭାଙ୍ଗିବା ପାଇଁ କିଛିଦିନ ହେବ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଥିଲା । ଯାହାଦ୍ବାରା ଦୁଇ ମହଲା ବିଶିଷ୍ଠ ନରେନ୍ଦ୍ର ମହଲା ଉଚ୍ଛେଦ ଦ୍ଵାରା ପ୍ରାୟ ୨୫ ଡିସିମିଲ ଜମି ମିଳିବ । ଆଉ ଏହି ଉଚ୍ଛେଦ ସ୍ଥାନରେ ଆଗାମୀ ଦିନରେ ପୋଲିସ, ଅଗ୍ନିଶମ, ପ୍ରାଥମିକ ଚିକିତ୍ସା କେନ୍ଦ୍ର, ସ୍ବେଚ୍ଛାସେବୀ, ସୂଚନା କେନ୍ଦ୍ର ମାନ ନିର୍ମାଣ ହେବ ।

ଯାହାକୁ ନେଇ ଆଜି ଉପଜିଲ୍ଲାପାଳ ଓ ମାଜିଷ୍ଟ୍ରେଟଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶାନ୍ତି ଶୃଙ୍ଖଳାର ସହ ଏହି ଉଚ୍ଛେଦ ପ୍ରକ୍ରିୟା କରାଯାଇଛି । ଏହା ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳ ହୋଇଥିବାରୁ ସମ୍ପୃକ୍ତ ଅଞ୍ଚଳକୁ ପ୍ରଥମେ ସିଲ୍ କରି ବ୍ୟାରିକେଡ଼ କରାଯାଇଥିଲା । ଏହାପରେ ଉଚ୍ଛେଦ ସମୟରେ ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଏକ ପ୍ଲାଟୁନ ପୋଲିସ ଫୋର୍ସ, ଅଗ୍ନିଶମ ବାହିନୀ ଓ ବିଦ୍ୟୁତ୍ ବିଭାଗ ମୁତୟନ ହୋଇଥିଲେ ।

Comments are closed.