ପୁରୀ : ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଘୋଷଯାତ୍ରା ପରେ ଏହା ହେଉଛି ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରଥମ ବୈଠକ । ଏହା ପୂର୍ବରୁ ଅର୍ଥାତ ଗତ ଜୁଲାଇ ୨୭ ଏବଂ ଅଗଷ୍ଟ ୧ ତାରିଖରେ ଶ୍ରୀମନ୍ଦିର ପରିଚାଳନା ବୈଠକ ବସିବାକୁ ଥିବାବେଳେ ଏହାକୁ ବାତିଲ କରାଯାଇଥିଲା ।
ମୁଖ୍ୟତଃ ଆଜିର ଏହି ବୈଠକେର ୭ଟି ଏଜେଣ୍ଡା ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଅନ୍ୟପଟେ ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତ ମହାପାତ୍ର ନିଯୋଗ ମଧ୍ୟରେ ଥିବା ବିବାଦ ଯୋଗୁ ଦୀର୍ଘ ଏକ ମାସ ହେବ ମହାପ୍ରଭୂଙ୍କର ବନକଲାଗି ନୀତି ହାଇପାରି ନାହିଁ । ଆଜି ପରିଚାଳନା କମିଟି ବୈଠକରେ ଏ ନେଇ ଚୂଡାନ୍ତ ନିଷ୍ପତ୍ତି ଆସିବାର ଆାଶା ରହିଛି ।
ଏତଦବ୍ୟତୀତ ସେବକ ବାସଗୃହ , ଆଦର୍ଶ ଗୁରୁକୂଳ , ବାଉଳି ମଠ ଉନ୍ନତୀକରଣ , ଜଗନ୍ନାଥ ମନ୍ଦିର ଭୂମି ଓ ପ୍ରକଳ୍ପ , ସବ କମିଟି ବୈଠକର ବିବରଣୀ ଅନୁପାଳନ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେବ ।
Comments are closed.