ବ୍ରହ୍ମପୁର:ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ପୋଡାମାରୀ ପଞ୍ଚାୟତ ଗୋକର୍ଣ୍ଣମେରୀପଲ୍ଲୀ ଗ୍ରାମରେ ବୁଧବାର ଗ୍ରାମର ପିଣ୍ଟୁ ଗୌଡ଼ଙ୍କ ଦେଢ଼ ବର୍ଷର ପୁଅ ରିଶାନ ନିଖୋଜ ହୋଇଯାଇଥିଲେ । ତେବେ ବୁଧବାର ବିଳମ୍ବିତ ରାତିରେ ଗାଁ ପୋଖରୀରୁ ରିଶାନଙ୍କ ମୃତ ଦେହ ମିଳିଛି। ଏହି ଘଟଣାକୁ ନେଇ ନାନା ସନ୍ଦେହ ସୃଷ୍ଟି ହୋଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି।
ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ପୂର୍ବାହ୍ନ ସାଢ଼େ ୧୦ ଘଣ୍ଟା ସମୟରେ ପିଣ୍ଟୁଙ୍କ ସ୍ତ୍ରୀ ଘରେ ଖାଇବାକୁ ବସିଥିବା ବେଳେ ପୁଅ ରିଶାନ ବାରଣ୍ଡାରେ ଖେଳୁଥିଲା। ମାଆ ଅଳ୍ପ ସମୟ ପରେ ଦେଖିଲା ବେଳକୁ ରିଶାନ ଦେଖିବାକୁ ମିଳିନଥିଲେ। ପରିବାର ଲୋକେ ଦିନ ତମାମ୍ ଖୋଜାଖୋଜି କରିଥିଲେ ମଧ୍ୟ ସନ୍ଧାନ ମିଳିନଥିଲା । ଏନେଇ ପରିବାର ବର୍ଗଙ୍କ ତରଫରୁ ନିଖୋଜ ନେଇ ପାଟପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ପୋଲିସ ଏତଲାକୁ ଭିତ୍ତିକରି ଏକ ମାମଲା ରୁଜୁ କରିଥିଲା । ଅନ୍ୟପକ୍ଷରେ ପରିବାର ଲୋକେ ବିଳମ୍ବିତ ରାତି ଯାଏଁ ଗ୍ରାମର ଶେଷ ମୁଣ୍ଡ ପର୍ଯ୍ୟନ୍ତ ଖୋଜାଖୋଜି କରିବା ପରେ ଶେଷରେ ଘର ନିକଟସ୍ଥ ମଠ ପୋଖରୀ ଭିତରେ ରାତି ଗୋଟାଏ ବେଳେ ଶିଶୁର ମୃତ ଦେବହ ଭାସୁଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ । ରିଶାନଙ୍କୁ ପାଣିରୁ ବାହାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ଡାକ୍ତର ସେଠାରେ ରିଶାନଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଗୁରୁବାର ସକାଳୁ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରିବା ସହ ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ଏମ୍କେସିଜି ମେଡ଼ିକାଲକୁ ପଠାଇଥିଲେ । ପରେ ଆସିକା ଏସ୍ଡିପିଓ ଉମାଶଙ୍କର ସିଂ, ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ, ସ୍ଥାନୀୟ ସରପଞ୍ଚ ସନ୍ତୋଷ କୁମାର ବିଷୋୟୀ ରିଶାନଙ୍କ ପରିବାର ବର୍ଗଙ୍କୁ ଭେଟି ଘଟଣା ସଂପର୍କରେ ପଚାରି ବୁଝିଥିଲେ । ଏଥିସହ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିବା ଜଣାପଡିଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି।
BREAKING NEWS
- ନୂଆ ବର୍ଷର ଶୁଭେଚ୍ଛା ଜଣାଇବାକୁ କେହି ବ୍ୟକ୍ତିଗତ ଭାବେ ସରକାରୀ କାର୍ଯ୍ୟାଳୟ ନଯିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ
- Gun Mafia: ବନ୍ଧା ହେଲେ ଚୋରା ବନ୍ଧୁକ ବେପାରୀ, ରାଉରକେଲାର ୫୦ରୁ ଅଧିକ ସ୍ଥାନରେ ପୋଲିସର ଚଢ଼ଉ
- ରେଢ଼ାଖୋଲରେ ବାଇପାସ୍ ନିର୍ମାଣ ପାଇଁ ନୀତିନ ଗଡ଼କରୀଙ୍କୁ ଧର୍ମେନ୍ଦ୍ରଙ୍କ ଅନୁରୋଧ
- Khaleda Zia and Sheikh Hasina ଭଲ ବନ୍ଧୁରୁ ହୋଇଗଲେ ପରସ୍ପରର ଶତ୍ରୁ : ଖାଲିଦା ଜିଆ ଓ ଶେଖ ହସିନାଙ୍କ କାହାଣୀ…
- Humane Death Case: ହ୍ୟୁମାନ ମୃତ୍ୟୁ ମାମଲା; ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଅର୍ପିତା ଚୌଧୁରୀ
- Corruption: ‘ଯେଉଁମାନେ ଆଜି ନୂଆ ଚାକିରି ପାଉଛନ୍ତି, ସମ୍ପତ୍ତି ରଖି ଟିଭିରେ ନ ବାହାରନ୍ତୁ’;…ନିଯୁକ୍ତି ମେଳାରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
- CHSE +2 Practical: ଜାନୁଆରୀ ୨ରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ୍
- New Year crowd: ନୂଆବର୍ଷ ଭିଡକୁ ଦୃଷ୍ଟିରେ ରଖି ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
- ଭଜନ ସମ୍ରାଟ ଭିକାରୀ ବଳଙ୍କ ପତ୍ନୀ ଉଷାରାଣୀଙ୍କ ଦେହାନ୍ତ
- Salman gets emotional: ଧର୍ମେନ୍ଦ୍ରଙ୍କ ଶେଷ ଫିଲ୍ମ ‘ଇକିସ୍’ର ସ୍କ୍ରିନିଂରେ ଭାବପ୍ରବଣ ହେଲେ ସଲମାନ, ଆଖିରୁ ଝରିଲା ଲୁହ
Comments are closed.