Latest Odisha News

ମା’ର ମୃତ ଦେହ ପାଖରେ ତିନିଦିନ ହେଲା ଜଗି ବସିଥିଲା ୩ ବର୍ଷର କୁନି ଝିଅ

ବଲାଙ୍ଗୀର : ବଲାଙ୍ଗୀରରେ ପୁଣି ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି । ଜଣେ ତିନି ବର୍ଷର କୁନି ଝିଅ ତିନି ଦିନ ହେଲା ମା’ ର ମୃତଦେହ ପାଖରେ ଜଗି ବସିଛି । ବଲାଙ୍ଗୀର ସାଗରପଡା ଶିବ ମନ୍ଦିର ନିକଟରେ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ।

କୁନି ନାଏକ ଜଣେ ମହିଳା ନିଜ ତିନି ବର୍ଷର ଝିଅକୁ ଧରି ରହୁଥିଲେ । ଶୁଣିବାକୁ ମିଳିଛି କି ମହିଳାଙ୍କୁ ପରିବାରରୁ ବାଛନ୍ଦ କରାଯିବା ପରେ ସେ ଝିଅକୁ ଧରି ରହୁଥିଲେ ଓ କାମଧନ୍ଦା କରି ଚଳୁଥିଲେ । ହେଲେ ଗତ ତିନି ଦିନ ହେଲା ଏହି ମହିଳାଙ୍କୁ କେହି ଗାଁ ଲୋକ ଦେଖିବାକୁ ପାଇନଥିଲେ ।

ପରେ ଘର ମାଲିକ ଓ ଗାଁ ଲୋକ ଆସି ଦେଖିବା ବେଳକୁ ମହିଳାଙ୍କର ମୃତ୍ୟୁ ହୋଇଯାଇଥିଲା ଓ ତାଙ୍କ ପାଖରେ ତିନି ବର୍ଷର ଝିଅ ଜଗିବସିଥିଲା । ପରେ ପୋଲିସ ପହଁଞ୍ଚି ମୃତଦେହ ଜବତ କରିଛି । ମହିଳାଙ୍କ ମୃତ୍ୟୁ କେମିତି ହେଲା ସେନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

Leave A Reply

Your email address will not be published.