Latest Odisha News

ବଢିପାରେ ଟୋଲ ଟ୍ୟାକ୍ସ: ଜାତୀୟ ରାଜପଥରେ ଯାଉଥିଲେ ହୋଇପାରେ ଅଧିକ ଖର୍ଚ୍ଚ

ନୂଆଦିଲ୍ଲୀ: ଆପଣ ଜାତୀୟ ରାଜପଥ ଦେଇ ଯାତ୍ରା କରୁଛନ୍ତି କି? ଯଦି ହଁ, ତେବେ ଆସନ୍ତା ମାସରୁ ଆପଣଙ୍କ ପକେଟରୁ କିଛି ଅଧିକ ଟଙ୍କା ଖର୍ଚ୍ଚ ହୋଇପାରେ । କାରଣ ଜାତୀୟ ରାଜପଥ ଦେଇ ଯାଉଥିଲେ ଯଦି ଟୋଲଗେଟ ପଡୁଛି, ତେବେ କିଛି ଅଧିକ ଅର୍ଥ ଆପଣଙ୍କୁ ଖର୍ଚ୍ଚ କରିବାକୁ ପଡିପାରେ । ଚର୍ଚ୍ଚା ମୁତାବକ ଏପ୍ରିଲ ୧ରୁ ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ (NHAI) ଦ୍ୱାରା ଟୋଲ ମୂଲ୍ୟ ବଢିପାରେ । ଏକ ରିପୋର୍ଟ ଅନୁଯାୟୀ ଟୋଲ ମୂଲ୍ୟ ୫% ରୁ ୧୦% କୁ ବୃଦ୍ଧି ପାଇବ। ଅର୍ଥାତ, ଏବେ ଟୋଲ ଗେଟ ଦେଇ ଗଲେ ଯେତିକି ଟଙ୍କା ଆପଣଙ୍କ ଫାଷ୍ଟ ଟ୍ୟାଗ ଆକାଉଣ୍ଟରୁ କଟୁଛି, ଆସନ୍ତା ଏପ୍ରିଲରୁ ୫ରୁ ୧୦ପ୍ରତିଶତ ଅଧିକ ମୂଲ୍ୟ ଆପଣଙ୍କ ଆକାଉଣ୍ଟରୁ କଟିପାରେ ।

ଜାତୀୟ ରାଜପଥ ଶୁଳ୍କ ନିୟମ ଅନୁଯାୟୀ ପ୍ରତିବର୍ଷ ଶୁଳ୍କ ମୂଲ୍ୟ ବଢାଯାଇପାରିବ । ରିପୋର୍ଟ ମୁତାବକ ସଡକ ପରିବହନ ମନ୍ତ୍ରଣାଳୟ ଏହି ମାସର ଶେଷ ସପ୍ତାହ ସୁଦ୍ଧା ମୂଲ୍ୟ ବୃଦ୍ଧି ପ୍ରସ୍ତାବକୁ ଅନୁଧ୍ୟାନ କରିବ ଏବଂ ବିଚାର ପରେ ଟୋଲ ଶୁଳ୍କ ବଢାଇବାକୁ ଅନୁମୋଦନ ଦେଇପାରେ। ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ କାର ଏବଂ ହାଲୁକା ଯାନଗୁଡିକର ଟୋଲ ହାର ପାଞ୍ଚ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ଏବଂ ଅନ୍ୟ ଭାରୀ ଯାନ ପାଇଁ ଏହା ୧୦ ପ୍ରତିଶତକୁ ବୃଦ୍ଧି ପାଇପାରେ ।

Comments are closed.