Latest Odisha News

BREAKING NEWS

ବିଧାନସଭା ଘେରାଉ କରିବେ ଓଡ଼ିଶା ଜୀବିକା ମିଶନର ଗୋଷ୍ଠୀ ସହାୟିକା

ପୁରୀ: ବିଧାନସଭା ଘେରାଉ କରିବେ ଓଡି଼ଶା ଜୀବିକା ମିଶନର ଗୋଷ୍ଠୀ ସହାୟିକା। ବିଭିନ୍ନ ଦାବି ନେଇ ଆସନ୍ତାକାଲିଠାରୁ ଓଡିଶା ଜୀବିକା ମିଶନ ଅଧୀନରେ କାର୍ଯ୍ୟରତ ଗୋଷ୍ଠୀ ସହାୟିକା ବିଧାନସଭା ଘେରାଉ କରିବେ।

ସ୍ଥାୟୀ ନିଯୁକ୍ତି, ସର୍ବନିମ୍ନ ମଜୁରୀ, ଅତିରିକ୍ତ କାମ ପାଇଁ ବୋନସ, ବ୍ୟାଙ୍କ ମାଧ୍ୟମରେ ପ୍ରାପ୍ୟ ପ୍ରଦାନ, ଇପିଏଫ୍ (EPF), ପରିବାର ଚିକିତ୍ସା ଖର୍ଚ୍ଚ, ଗ୍ରସ୍ତଖର୍ଚ୍ଚ ଓ ଆଞ୍ଚଳିକ ସଭାଗୃହ ପ୍ରତିଷ୍ଠା ଆଦି ଦାବି ନେଇ ବିଧାନସଭା ଘେରାଉ କରିବେ ବୋଲି ସୂଚନା ରହିଛି। ତେବେ ଗୋଷ୍ଠୀ ସହାୟିକାମାନେ ଦେଇଥିବା ବିଧାନସଭା ଘେରାଉ ଡାକରାକୁ ପୁରୀ ଜିଲ୍ଲା କମିଟି ପକ୍ଷରୁ ସମର୍ଥନ ଦିଆଯିବ। ଏହି ଅବସରରେ Aituc ପୁରୀ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ନିଷ୍ପତି ନିଆଯାଇଛି।

Leave A Reply

Your email address will not be published.