Latest Odisha News

ଆସନ୍ତା କାଲି ନାମାଙ୍କନ ଭରିବେ ସୋନିଆ ଗାନ୍ଧୀ!

ଜୟପୁର:ଲୋକସଭାକୁ ବାଏ ବାଏ କହିବା ପରେ ରାଜ୍ୟସଭା ପାଇଁ ନାମାଙ୍କନ ଭରିବେ ସୋନିଆ ଗାନ୍ଧୀ। ରାଜସ୍ଥାନରୁ ରାଜ୍ୟସଭା ଯିବେ ସୋନିଆ । ରାଜସ୍ଥାନରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ସୋନିଆ ଗାନ୍ଧୀଙ୍କ ନାମ ରଖିଛି । ମିଳିଥିବା ସୂଚନା ଅନୁସାରେ, ସୋନିଆ ଗାନ୍ଧୀ ବୁଧବାର ଦିନ ରାଜ୍ୟସଭା ପ୍ରାର୍ଥୀ ହେବା ପାଇଁ ଜୟପୁର ଯାଇପାରନ୍ତି । ଏହାପୂର୍ବରୁ ସମସ୍ତ ବିଧାୟକଙ୍କୁ ଜୟପୁରକୁ ଡକାଯାଇଛି ।

ତେବେ ମିଳିଥିବା ସୂଚନା ଅନୁଯାୟୀ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସ୍ଥାନ ଖାଲିଥିବା ରାଜ୍ୟସଭା ଆସନରେ କଂଗ୍ରେସ ତାହାର ପୂର୍ବତନ ସଭାପତି ସୋନିଆ ଗାନ୍ଧୀଙ୍କୁ ଚୟନ କରିବାକୁ ଭାବିଛି । ଯଦିଓ ସୋନିଆ ଗାନ୍ଧୀଙ୍କ ନାମରେ ଏହି ପ୍ରସ୍ତାବକୁ କଂଗ୍ରେସ ଶାସିତ ସମସ୍ତ ରାଜ୍ୟ ପଠାଇଛନ୍ତି, ତଥାପି ରାଜସ୍ଥାନ ସେମାନଙ୍କ ମଧ୍ୟରେ ସବୁଠାରୁ ସୁରକ୍ଷିତ। ଏ କଥାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନାହିଁ। ସେପଟେ ତାଙ୍କ ସ୍ୱାଗତ କାର୍ଯ୍ୟକ୍ରମ ତଥା ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ମଙ୍ଗଳବାର ପୂର୍ବତନ ସିଏମ ଅଶୋକ ଗେହଲୋଟଙ୍କ ବାସଭବନରେ କଂଗ୍ରେସ ନେତାଙ୍କ ଏକ ବୈଠକ ଡକାଯାଇଥିଲା । ଏହି ବୈଠକ ସନ୍ଧ୍ୟାରେ ଅଶୋକ ଗେହଲୋଟ୍‌ଙ୍କ ବ୍ୟତୀତ ପୂର୍ବତନ ବିଧାନସଭା ବାଚସ୍ପତି ଡକ୍ଟର ସିପି ଯୋଶୀ, ରାଜ୍ୟ କଂଗ୍ରେସ ସଭାପତି ଗୋବିନ୍ଦ ସିଂ ଦୋଟାସାରା ଏବଂ ଅନ୍ୟ ନେତାମାନେ ଉପସ୍ଥିତ ଥିଲେ । ଖବର ଅନୁଯାୟୀ ସୋନିଆ ଗାନ୍ଧୀଙ୍କୁ ସ୍ୱାଗତ କରିବା ଲାଗି ପ୍ରସ୍ତୁତି ପାଇଁ ମଙ୍ଗଳବାର ଦିନ ସମସ୍ତ କଂଗ୍ରେସ ବିଧାୟକଙ୍କୁ ଜୟପୁରକୁ ଡକାଯାଇଛି।

ରାଜସ୍ଥାନ ରାଜନୀତି କଥା ଯଦି ଆଲୋଚନା କରିବା ତେବେ ୩ ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଯେଉଁଥିରେ ନାମାଙ୍କନପତ୍ର ଦାଖଲ କରିବାର ଶେଷ ତାରିଖ ହେଉଛି ୧୫ ଫେବୃଆରୀ । ବିଧାନସଭାରେ ସାଂଖ୍ୟିକ ସଂଖ୍ୟାଗରିଷ୍ଠତା ସ୍ପଷ୍ଟ ଯେ ଏହି ୩ ଆସନ ମଧ୍ୟରୁ ୨ ଟି ଆସନ ବିଜେପି ଏବଂ ଗୋଟିଏ ଆସନ କଂଗ୍ରେସକୁ ଯିବାକୁ ନିଶ୍ଚିତ । ରାଜସ୍ଥାନରେ ୧୦ ଟି ରାଜ୍ୟସଭା ଆସନ ଅଛି । ସେଥିମଧ୍ୟରୁ ୬ ଟି ଆସନରେ କଂଗ୍ରେସ ସାଂସଦ ଏବଂ ୪ ଟି ଆସନରେ ବିଜେପି ସାଂସଦ ଅଛନ୍ତି । ଯଦିଓ କଂଗ୍ରେସ ଟିକେଟରେ ବାହାର ଲୋକଙ୍କୁ ସାଂସଦ ଭାବରେ ନିଯୁକ୍ତ କରିବା ପ୍ରସଙ୍ଗ ଉଠେ, କିନ୍ତୁ ସୋନିଆ ଗାନ୍ଧୀଙ୍କ ନାମରେ କାହାରି ଆପତ୍ତି ନାହିଁ । ଯାହାକୁ ନେଇ ଏବେ ହାତ ଶିବିରରେ ସରଗରମ ହୋଇପଡିଛି ମାହୋଲ।

Leave A Reply

Your email address will not be published.