Latest Odisha News

BREAKING NEWS

ତେଜା ସଜାଙ୍କ ଫିଲ୍ମରେ ହନୁମାନ ହେବେ କେଜିଏଫ ଫେମ ୟଶ

ମାଡ୍ରାସ: ତେଜ ସଜାଙ୍କ ହନୁମାନ ଫିଲ୍ମ ବକ୍ସି ଅଫିସରେ ଭଲ ବ୍ୟବସାୟ କରିବାରେ ଲାଗିଛି । ସବୁ ବର୍ଗର ଦର୍ଶକ ଏହାକୁ ପସନ୍ଦ କରିବାରେ ଲାଗିଛନ୍ତି । ଏବେ ଏହାର ସୀକ୍ୱେଲ ନେଇ ମେକର୍ସଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ପ୍ରଶାନ୍ତ ବର୍ମାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଜୟ ହନୁମାନର ବଜେଟ ପ୍ରଥମ ସଂସ୍କରଣ ତୁଳନାରେ ଅଧିକ ରଖାଯାଇଛି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ କେଜିଏଫ ଫେମ ୟଶ ହନୁମାନ ରୋଲ କରିବାକୁ ଯାଉଛି । ଯାହାକୁ ନେଇ ପ୍ରଶଂସକମାନେ ବେଶ ଉତ୍ସାହିତ ଅଛନ୍ତି ।

ପୂର୍ବରୁ ରାମ ଚରଣ ତେଜା ଶ୍ରୀରାଙ୍କ ଭୂମିକା କରିବେ ବୋଲି ଖବର ପ୍ରକାଶ ପାଇଥିଲେ । ପ୍ରଶାନ୍ତଙ୍କ କହିବା ଅନୁସାରେ ତେଜ ସଜା ହନୁମାନରେ ହନୁମନ୍ତଙ୍କ ଭୂମିକା କରିଥିଲେ । ସେ ମଧ୍ୟ ସୀକ୍ୱେଲରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା କରିବେ । ସେ ହନୁମାନଙ୍କ ବଡ ଭକ୍ତ ଭୂମିକା କରୁଛନ୍ତି ଯାହାକୁ ଦର୍ଶକ ବେଶ ପସନ୍ଦ କରିଥିଲେ ।

Leave A Reply

Your email address will not be published.