Latest Odisha News

କାଳ ହେଲା ଅଧିକ ସୁନ୍ଦରତା, ଅଲମ୍ପିକ୍ସରୁ ବିଦା !

ପ୍ୟାରିସ: ବର୍ତ୍ତମାନ ପ୍ୟାରିସରେ ଚାଲିଛି କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସ। ୩୩ ତମ ଅଲିମ୍ପିକ୍ସ ଖେଳ ଜୁଲାଇ ୨୬ରେ ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଆରମ୍ଭ ହୋଇଥିଲା। ଯାହା ଅଗଷ୍ଟ ୧୧ ପର୍ଯ୍ୟନ୍ତ ଚାଲିବ।

ଚଳିତ ଥର ଅଲିମ୍ପିକ୍ସରେ ବହୁ ବାଦବିବାଦ ମଧ୍ୟ ଦେଖାଦେଇଥିଲା। ଅଧିକ ଓଜନ ଯୋଗୁ ଭାରତୀୟ ମହିଳା ରେସଲର ଭିନେଶ ଫୋଗଟଙ୍କୁ ଫାଇନାଲରୁ ବାହାର କରିଦିଆଯାଇଥିଲା। ଏସବୁ ମଧ୍ୟରେ ସୋସିଆଲ ମିଡିଆରେ ଆଉ ଏକ ଚର୍ଚ୍ଚା ହେଉଛି ଯେ ପାରାଗୁଏର ଜଣେ ସନ୍ତରଣକାରୀ ତାଙ୍କ ସୁନ୍ଦରତା ପାଇଁ ଅଲିମ୍ପିକ୍ସରୁ ବିଦା ହୋଇଛନ୍ତି। ସାଥୀ ଖେଳାଳିଙ୍କ ଧ୍ୟାନ ଭଙ୍ଗ ହେବାରୁ ଅନିନ୍ଦ୍ୟ ସୁନ୍ଦରୀଙ୍କୁ ଅଲିମ୍ପିକ୍ସରୁ ତାଙ୍କୁ ଘରକୁ ପଠାଇ ଦିଆଯାଇଛି।

ଅଲିମ୍ପିକ୍ ଗେମ୍ସ ମଧ୍ୟରେ ପାରାଗୁଏର ସନ୍ତରଣକାରୀ ଲୁଆନା ଆଲୋନସୋଙ୍କ ବିଷୟରେ ଏକ ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହାକୁ ନେଇ ଲୁଆନା ଆଲୋନସୋ ସୋସିଆଲ ମିଡିଆରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ମୁଁ ସ୍ପଷ୍ଟ କରିବାକୁ ଚାହେଁ ଯେ ମୋତେ କୌଣସି ସ୍ଥାନରୁ ବାହାର କରାଯାଇ ନାହିଁ। ମିଥ୍ୟା ଖବର ପ୍ରଚାର କରିବା ବନ୍ଦ କରନ୍ତୁ। ଏନେଇ ମୁଁ କୌଣସି ବୟାନ ଦେବାକୁ ଚାହେଁ ନାହିଁ କିନ୍ତୁ ମିଛ ଖବର ଦ୍ୱାରା ନିଜକୁ ପ୍ରଭାବିତ କରିବାକୁ ଦେବି ନାହିଁ।

ତେବେ ସେ ପ୍ୟାରିସ୍ ଅଲିମ୍ପିକ୍ସରୁ ବାହାରିବା ପରେ ସନ୍ତରଣରୁ ଅବସର ଘୋଷଣା କରିଥିଲେ।

 

Comments are closed.