Latest Odisha News

BREAKING NEWS

ଓଡିଶା ସମ୍ବାଦ ଓ ଓଡିଶା ବାଇଟସ୍ ନିବେଦିତ କରୋନା କ୍ରିଏଟିଭିଟି : ଘୋଷଣା ହେଲା ଟପ୍ ୨୦ ତାଲିକା

ଭୁବନେଶ୍ୱର : ଅଗ୍ରଣୀ ଡିଜିଟାଲ ଗଣମାଧ୍ୟମ www.odishasambad.in ଏବଂ www.odishabytes.com ନିବେଦିତ କରୋନା କ୍ରିଏଟିଭିଟି ପ୍ରତିଯୋଗିତାରେ ଟପ୍ ୨୦ ତାଲିକା ପ୍ରକାଶ ପାଇଛି । ଟପ୍ ୨୦ ରେ ସ୍ଥାନ ପାଇଥିବା ପ୍ରତିଯୋଗୀମାନେ ହେଲେ – ସଙ୍ଗୀତଗାନରେ ଭୁବନେଶ୍ୱରର ମୌମିତା ଦେ ରୟ, ଶାଶ୍ୱତୀ ନାରାୟଣୀ ଆଚାର୍ଯ୍ୟ, ଗଂଜାମର ସୁଜଲ ତ୍ରିପାଠୀ, ଅଷ୍ଟ୍ରେଲିଆରୁ ଅନୁଷ୍କା ମହାନ୍ତି; ଗୀତ ଆବୃତ୍ତିରେ କଟକର ସୌମ୍ୟାଶ୍ରୀ ଶୁକ୍ଲା, ଉତ୍ପଳାକ୍ଷ ଜେନା, ପେଣ୍ଟିଂରେ ଭୁବନେଶ୍ୱରର ମେହେକ ଅଗ୍ରୱାଲ ଓ ହାଇଦ୍ରାବାଦରୁ ପୂଜିତା ମହାନ୍ତି  ।


ନୃତ୍ୟରେ ଭୁବନେଶ୍ୱରର ସ୍ମରଣିକା ହୋତା, ଢେଙ୍କାନାଳର ରତ୍ନପାଦମ୍ ଯାଜ୍ଞସେନୀ, ଅନୁଗୁଳରୁ ଆୟାନ୍ସ ପାତ୍ର, କେନ୍ଦୁଝରର ବନ୍ଦନା ପ୍ରଧାନ । ସେହିପରି କ୍ରାଫ୍ଟରେ ମୁମ୍ବାଇର କମଳା ଶତପଥୀ, ସୁଦିପ୍ତା ଶତପଥୀ, ଝାଡଖଣ୍ଡର ମେଘନା ବିଲାକିଆ, ଅଭିନୟରେ ଆମେରିକାରୁ ପ୍ରଜ୍ଞା ପ୍ରସାଦ ଶ୍ରବଣ କୁମାର, କଟକର ଅନିକେତ ଲେଙ୍କା, ଡ୍ରାମାରେ ପୁରୀର କୁମାର ଆଶୁତୋଷ ଏବଂ ଟିମ୍‌, ଏକକ ଅଭିନୟରେ ବେଙ୍ଗୁଳୁରୁର ପ୍ରାଡି ଦାସ ଓ ଗଳ୍ପକଥନରେ ଅନୁଜ ଦାସ ରହିଛନ୍ତି ।

ଆସନ୍ତା ସୋମବାର ଅର୍ଥାତ ଜୁଲାଇ ୨୭ ତାରିଖରେ ପ୍ରତିଯୋଗିତାର ତିନି ବିଜେତାଙ୍କ ନାମ ଘୋଷଣା କରାଯିବ ।

କୋଭିଡ୧୯ ମହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି ବାରମ୍ବାର ଲକ୍ ଡାଉନ ଘୋଷଣା ହେଉଛି । ଏହି ସମୟରେ ଲୋକେ ଘରେ ରହି ନିଜର ସୃଜନଶୀଳତା ଯେପରିକି ଗୀତ ଗାଇବା, ଏକକ ଅଭିନୟ, ଗପ କହିବା, କବିତା ପାଠ, ପେଣ୍ଟିଂ ପରି ଅନେକ କଳାତ୍ମକ କାର୍ଯ୍ୟ ନିୟୋଜିତ ହୋଇଛନ୍ତି । ଏସବୁ ସୃଜନଶୀଳତାକୁ ଲୋକ ଲୋଚନାକୁ ଆଣିବା ପାଇଁ ଆୟୋଜିତ ହୋଇଛି କରୋନା କ୍ରିଏଟିଭିଟି ପ୍ରତିଯୋଗିତା ।

ଏହି ପ୍ରତିଯୋଗିତାରେ ରାଜ୍ୟ, ଦେଶ ତଥା ଦେଶ ବାହାରୁ ଅନେକ ପ୍ରତିଯୋଗୀ ଭାଗ ନେଇଛନ୍ତି । ସେମାନଙ୍କ ଭିଡିଓକୁ ଆମେ ଆମ ୱେବସାଇଟ www.odishasambad.in ଏବଂ www.odishabytes.com, ୟୁଟୁବ୍ ଚ୍ୟାନେଲ୍ ଏବଂ ଅନ୍ୟ ସୋସିଆଲ୍ ମିଡିଆରେ ଅପଲୋଡ୍ କରଥିଲୁ । ସେଥିରେ ମିଳିଥିବା ଭିଉଜ, ଲାଇକସ୍‌, ଉପସ୍ଥାପନା ଶୈଳୀ, ସ୍ୱତନ୍ତ୍ରତା ଆଧାରରେ ଶ୍ରେଷ୍ଠ ୨୦ ପ୍ରତିଯୋଗୀ ଚୟନ ହୋଇଛନ୍ତି । ଏହି ୨୦ ପ୍ରତିଯୋଗୀଙ୍କ ମଧ୍ୟରୁ ଆମ ଜୁରୀ ଶ୍ରେଷ୍ଠ ତିନି ପ୍ରତିଯୋଗୀ ଚୟନ କରିବେ । ଜୁରୀରେ ଅଛନ୍ତି ଅଭିନେତା କୁନା ତ୍ରିପାଠୀ, ଓଡିଶୀ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀ ଓ କଣ୍ଠଶିଳ୍ପୀ ଦିପ୍ତୀରେଖା ପାଢୀ । ଶ୍ରେଷ୍ଠ ତିନି ପ୍ରତିଯୋଗୀଙ୍କୁ ପୂର୍ବ ଭାରତର ଅଗ୍ରଣୀ ଅଳଙ୍କାର ବ୍ରାଣ୍ଡ ଲାଲଚାନ୍ଦ ଜୁଏଲର୍ସ ପକ୍ଷରୁ ପୁରସ୍କୃତ କରାଯିବ । ଚାମ୍ପିଅନ ବା ପ୍ରଥମ ବିଜେତାଙ୍କୁ ହୀରାର ମୁଦି, ଦ୍ୱିତୀୟଙ୍କୁ ହୀରା ପେଣ୍ଡେଣ୍ଟ ଓ ତୃତୀୟ ବିଜେତାଙ୍କୁ ଗୋଲ୍ଡ କଏନ ଦିଆଯିବ ।

ଏଥି ସହ ପ୍ରତି ପ୍ରତିଯୋଗୀଙ୍କୁ କିଚେନ୍ ସିଟି ଓ clivea.com ପକ୍ଷରୁ ଡିସକାଉଣ୍ଟ ଭାଉଚର ଦିଆଯିବ ।

Leave A Reply

Your email address will not be published.