ମୁମ୍ବାଇ: ଆଇପିଏଲ ୨୦୨୫ ଆରମ୍ଭ ହେବାକୁ ଆଉ କିଛି ଦିନ ବାକିଥିବା ବେଳେ ସିଭିସି କ୍ୟାପିଟାଲ ଗୁଜରାଟ ଟାଇଟାନ୍ସଠାରୁ ଦୂରେଇ ଯାଇଛି । ଗୁଜରାଟର ପ୍ରତିଷ୍ଠିତ କମ୍ପାନୀ ଟୋରେଂଟ ଗ୍ରୁପ ଏବେ ଏହି ଫ୍ରାଂଚାଇଜ ସହିତ ଯୋଡି ହୋଇଛି । ମାର୍ଚ୍ଚ ୧୭ରେ ଆବଶ୍ୟକ କାଗଜପତ୍ର କାର୍ଯ୍ୟ ଶେଷ ହୋଇଛି । ୨୦୨୧ରେ ଗୁଜରାଟ ଟାଇଟାନ୍ସ ଆଇପିଏଲରେ ସାମିଲ ହୋଇଥିଲା । ସେ ସମୟରେ ଏହାକୁ ସିଭିସି କ୍ୟାପିଟାଲ୍ସ ୫୬୦୦ କୋଟି ଟଙ୍କାରେ କିଣିଥିଲା । ୨୦୨୨ରେ ଗୁଜରାଟ ତାର ପ୍ରଥମ ସିଜନରେ ଚାମ୍ପିୟନ ହେବାର ଗୌରବ ମଧ୍ୟ ଅର୍ଜନ କରିଥିଲା । ଟୋରେଂଟ ଗ୍ରୁପ ୬୭ ପ୍ରତିଶତ ଅଂଶ କ୍ରୟ କରିଛି ।
ଏହି ଚୁକ୍ତି ସମ୍ପର୍କରେ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନାହିଁ । ଗୁଜରାଟର ଭାଲ୍ୟୁ ୭୫୦୦ କୋଟି ସ୍ଥିର କରାଯାଇଥିଲା । ଟୋରେଂଟ ଗ୍ରୁପ ୫୦୨୫ କୋଟି ଦେଇ ଏହାର ଅଂଶବିଶେଷ ହୋଇଛି । ସିଭିିସି ପାଖରେ ୩୩ ପ୍ରତିଶତ ଅଂଶ ରହିଛି । ଗୁଜରାଟ ଆଇପିଏଲରେ ଦ୍ୱିତୀୟ ଦାମୀ ଟିମ । ଲକ୍ଷ୍ନୌ ସୁପର ଜ୍ୟାଂଟସ ଶୀଷରେ ରହିଛି । ଗୁଜରାଟକୁ ସିଭିସି ୫୬୨୫ କୋଟିରେ କିଣିଥିବା ବେଳେ ଲକ୍ଷ୍ନୌକୁ ଗୋୟନିକା ଗ୍ରୁପ ୭ ହଜାର କୋଟିରେ ନେଇଥିଲେ ।
Comments are closed.