Latest Odisha News

BREAKING NEWS

କରୋନା ମହାମାରୀ: ଭାରତରେ ୩ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା । ଦ୍ରୁତ ଗତିରେ ସଂକ୍ରମିତ ହୋଇ ଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହି ସଂଖ୍ୟା ୩୩୪୭ ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

BjdElectrycity

ଏଥିସହିତ କରୋନାଭାଇରସ ସଂକ୍ରମଣରେ ଏପର୍ଯ୍ୟନ୍ତ ୭୭ ଜଣଙ୍କର ମୃତ୍ୟୁ ଘଟିଥିବା ସରକାରୀ ରିପୋର୍ଟରେ ପ୍ରକାଶ ।

ଆକ୍ରାନ୍ତଙ୍କ ମଧ୍ୟରୁ ୨୭୬ ଜଣ ଚିକିତ୍ସିତ ରୋଗୀ ଡିସଚାର୍ଜ ହୋଇଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ କରାଯାଇଛି ।

ଗତ ୧୨ ଘଣ୍ଟାରେ ଭାରତରେ ୩୦୨ ଜଣ ବ୍ୟକ୍ତି ନୂଆକରି ସଂକ୍ରମିତ ହୋଇଥିବା ରିପୋର୍ଟରେ ପ୍ରକାଶ ।

 

Leave A Reply

Your email address will not be published.