ବରଗଡ଼: ବରଗଡ଼ ଜିଲ୍ଲାରେ ପୌରାଣିକ , ପ୍ରାକୃତିକ , ଐତିହାସିକ ସ୍ଥାନ ମାନଙ୍କର ଅଭାବ ନାହିଁ । କିନ୍ତୁ ପର୍ଯ୍ୟଟକ ମାନଙ୍କୁ ଆଧୁନିକ ବ୍ ବ୍ୟବସ୍ଥା ଥିବା ସେବା ଯୋଗେଇବା ପାଇଁ କୌଣସି ପଦକ୍ଷେପ ନିଆ ଯାଉନଥିବାରୁ ପର୍ଯ୍ୟଟନ ଶିଳ୍ପ ଅବହେଳିତ ଅବସ୍ଥାରେ ଅଛି। ବୀର ସୁରେନ୍ଦ୍ର ସାଏଙ୍କ ସ୍ମାରକୀ ବହନ କରୁଥିବା ପପଙ୍ଗା ପାହାଡ଼ , ବାର ପାହାଡ଼ର ବାର ବଖରା , ଗନିଆଁ ପାଳିରେ ଥିବା ବୌଦ୍ଧ ବିହାର , ପାଇକମାଲର ନୃସିଂହନାଥ ମନ୍ଦିର , ଗନ୍ଧମାର୍ଦ୍ଧନ ପାହାଡ଼ ଇତ୍ୟାଦି ରହିଛି । ବାର ପାହାଡ଼ର ଅନେକ ସ୍ଥାନରେ ହୀରାକୁଦ ବନ୍ଧର ପାଣି ସମୁଦ୍ର ପରି ଦେଖାଯାଏ।
ଗନ୍ଧମାର୍ଦ୍ଧନ ପାହାଡ଼ରେ ଅନେକ ଔଷଧୀୟ ଗୁଣଯୁକ୍ତ ଗଛଲତା ରହିଥିବା ହେତୁ ଆୟୁର୍ବେଦ ଗବେଷଣା ପାଇଁ ସୁଯୋଗ ରହିଛି। ପାହାଡ଼ ଚଢାଳି ମାନଙ୍କ ପାଇଁ ମଧ୍ୟ ଏହି ପାହାଡ଼ଟିକୁ ତାଲିମ କେନ୍ଦ୍ର ରୂପେ ବ୍ୟବହାର କରାଯାଇ ପାରିବ। କିନ୍ତୁ ଏଥିପ୍ରତି କାହାରବି ଧ୍ୟାନ ଆକର୍ଷିତ ହେଉନାହିଁ। ଯାହା ଫଳରେ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କଲାପରି କିଛି ହେଇପାରୁ ନାହିଁ । ବରଗଡ଼ ସହର ଧନୁଯାତ୍ରା ପାଇଁ ପ୍ରସିଦ୍ଧ ହୋଇଥିଲେ ସୁଦ୍ଧା ଯାତ୍ରା ସମୟରେ ମାତ୍ର ୧୦ ଦିନ ଏହା ଦେଖିବାର ସୁଯୋଗ ମିଳେ। ଯାତ୍ରା ସରିଗଲେ କୌଣସି ପର୍ଯ୍ୟଟକ ଆସି ଧନୁଯାତ୍ରାର କିଛି ସ୍ମାରକୀ ଦେଖିବାକୁ ଚାହିଁଲେ କୌଣସି ବ୍ୟବସ୍ଥା କରାଯାଇନାହିଁ। ଜିଲ୍ଲାରେ ପର୍ଯ୍ୟଟନ ଶିଳ୍ପ କମିଯାଉଥିବାରୁ ରାଜ୍ୟ ସରକାର ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ବିଭିନ୍ନ ମହଲରେ ଦାବୀ ହେଉଛି ।
BREAKING NEWS
- ଜଳିଗଲା ୨୦ରୁ ଅଧିକ ବାଇକ୍,ପୋଲିସ କରିଥିଲା ସିଜ୍
- ରେଳଷ୍ଟେସନରୁ ୫ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ,ଗଞ୍ଜେଇ ଜବତ
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
Comments are closed.