Latest Odisha News

BREAKING NEWS

ସାଙ୍ଗମାନଙ୍କ ସହ ମିଶି ଖୁସିରେ ମହିଳା ଖାଇଦେଲେ କଙ୍କଡ଼ା, ବିଲ୍ ଦେଖି ଉଡ଼ିଗଲା ହୋସ

ସିଙ୍ଗାପୁର: ଦୁନିଆରେ ପ୍ରତ୍ୟେକ ଅଞ୍ଚଳ ନିଜର ସ୍ୱତନ୍ତ୍ର ଖାଦ୍ୟକୁ ନେଇ ବେଶ୍ ପରିଚିତ ହୋଇଥାନ୍ତି । ସାଧାରଣତଃ ଲୋକେ କୌଣସି ସ୍ଥାନକୁ ଗଲେ ସେଠାକାର ବିଶେଷ ଖାଦ୍ୟର ସ୍ୱାଦ ନେଇଥାନ୍ତି । ତେବେ ସେମିତି ଜଣେ ଜାପାନୀ ମହିଳା ମଧ୍ୟ ସିଙ୍ଗାପୁର ଆସିବାବେଳେ ସମାନ କଥା ଭାବିଥିଲେ, କିନ୍ତୁ ତାଙ୍କ ସହ ଯାହା ଘଟିଲା ତାହା ତାଙ୍କ ପାଇଁ ଦଣ୍ଡ ହୋଇଗଲା ।

ଜୁଙ୍କା ସିନ୍ୱା ନାମକ ଜଣେ ମହିଳା ଜାପାନ୍‌ରେ ରୁହନ୍ତି । ସେ ତାଙ୍କର କିଛି ସାଙ୍ଗମାନଙ୍କ ସହ ସିଙ୍ଗାପୁର ବୁଲିବାକୁ ଯାଇଥିଲେ । ଜୁଙ୍କା ତାଙ୍କର ୪ ଜଣ ସାଙ୍ଗଙ୍କ ସହିତ ଏକ ହୋଟେଲକୁ ଖାଦ୍ୟ ଖାଇବାକୁ ଯାଇଥିଲେ । ସେ ସେଠାରେ ଚିଲି କଙ୍କଡ଼ା ଅର୍ଡ଼ର କରିଥିଲେ । ତାଙ୍କ ସାଙ୍ଗମାନେ ମଧ୍ୟ ଏହି ଖାଦ୍ୟକୁ ବହୁତ ପସନ୍ଦ କରିଲେ । ପରେ ସେମାନେ ଖୁସିରେ ୭.୭ ପାଉଣ୍ଡ ଅର୍ଥାତ୍ ୩.୫ କିଲୋଗ୍ରାମରୁ ଅଧିକ କଙ୍କଡ଼ା ଖାଇ ଦେଲେ ।

ଯେତେବେଳେ ବିଲ୍ ତାଙ୍କ ପାଖକୁ ଆସିଲା ସେତେବେଳେ ସେ ତାହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ସେ କେବେ ଭାବି ନ ଥିଲେ ଯେ, ସେ ଖାଇଥିବା ଖାଦ୍ୟ ପାଇଁ ବିଲ୍ ୫-୬ ହଜାର ଟଙ୍କା ବଦଳରେ ୫୮,୧୭୩ ଟଙ୍କା ହେବ । ଏହି ବିଲ୍‌କୁ ଦେଖିବା ପରେ ଜୁଙ୍କା ଅସନ୍ତୋଷ ପ୍ରକାଶ କରିବା ସହ ରେଷ୍ଟୁରାଣ୍ଟର ମ୍ୟାନେଜରଙ୍କ ସହ କଥା ହେଲେ । ମ୍ୟାନେଜର କହିଥିଲେ ଯେ, ମେନୁରେ ଏହା ସ୍ପଷ୍ଟ ଭାବରେ ଲେଖାଯାଇଛି ଯେ ୧୦୦ ଗ୍ରାମ କଙ୍କଡ଼ାର ମୂଲ୍ୟ ୨୨୨୭ ଟଙ୍କା । ଏପରି ପରିସ୍ଥିତିରେ, ଯଦି ତାଙ୍କ ବିଲ୍ ୫୮,୧୭୩ ଟଙ୍କା, ତେବେ ୩.୫ କିଲୋଗ୍ରାମ ଅନୁଯାୟୀ ଏହା ସମ୍ପୂର୍ଣ୍ଣ ସଠିକ୍ ଅଟେ । ଏହା ରାନ୍ଧିବା ପୂର୍ବରୁ ମଧ୍ୟ ସେମାନଙ୍କୁ ଦର୍ଶାଯାଇଥିଲା ଯେ ଏହା କେବଳ ସେମାନଙ୍କ ପାଇଁ ରନ୍ଧାଯିବ, ତେଣୁ ସେମାନଙ୍କୁ ସମ୍ପୂର୍ଣ୍ଣ ଚାର୍ଜ ଦେବାକୁ ପଡିବ । ଏହାସବୁ ଜାଣିବା ପରେ ମଧ୍ୟ ଜୁଙ୍କା କୌଣସି କଥା ଶୁଣି ନ ଥିଲେ । ପରେ ସେ ପୋଲିସକୁ ଖବର ଦେଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ôଚ ବୁଝାଶୁଝା କରିଥିଲା । ପରେ ରେଷ୍ଟୁରାଣ୍ଟ ପକ୍ଷରୁ ୯ ହଜାର ଟଙ୍କା ଛାଡ଼ କରାଯାଇଥିଲା ।

 

Leave A Reply

Your email address will not be published.