Latest Odisha News

କ୍ୱାଲିଫାୟର ୨ରେ ଟୋୟାମ ହାଇଦ୍ରାବାଦକୁ ଭେଟିବ କୋଣାର୍କ ସୂର୍ଯ୍ୟାସ

ଶ୍ରୀନଗର: ଲିଜେଣ୍ଡସ ଲିଗ କ୍ରିକେଟର ରବିବାର ଅନୁଷ୍ଠିତ ଏଲିମିନେଟର ମୁକାବିଲାରେ ଟୋୟାମ ହାଇଦ୍ରାବାଦ ୭ ୱିକେଟରେ ଇଣ୍ଡିଆ କ୍ୟାପିଟାଲ୍ସକୁ ପରାସ୍ତ କରିଛି । କ୍ୱାଲିଫାୟର ୧ରେ କୋଣାର୍କ ସୂର୍ଯ୍ୟାସ ଭଲ ପ୍ରଦର୍ଶନ କରିବା ସତ୍ୱେ ସଦର୍ଣ୍ଣ ସୁପରଷ୍ଟାର୍ସ ନିକଟରୁ ହାରି ଯାଇଥିଲା । ଏବେ କ୍ୱାଲିଫାୟର ୨ରେ ଟୋୟାମ ହାଇଦ୍ରାବାଦ ଓ କୋଣାର୍କ ସୂର୍ଯ୍ୟାସ ଓଡିଶା ମଧ୍ୟରେ ମୁକାବିଲା ହେବ । ଏହି ମ୍ୟାଚର ବିଜେତା ଫାଇନାଲରେ ସଦର୍ଣ୍ଣ ସୁପରଷ୍ଟାର୍ସକୁ ଭେଟିବ । ଇଣ୍ଡିଆ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରି ୧୪.୪ ଓଭରରେ ୮୮ ରନ କରି ଅଲଆଉଟ ହୋଇ ଯାଇଥିଲା ।

କଲିନ ଡି ଗ୍ରାଣ୍ଡହୋମେଙ୍କ (୩୬ ରନ) ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ହାଇଦ୍ରାବାଦ ବୋଲରଙ୍କ ଉଚିତ ମୁକାବିଲା କରିପାରି ନ ଥିଲେ । ଜବାବରେ ଟୋୟାମ ହାଇଦ୍ରାବାଦ ୧୧.୩ ଓଭରରେ ୩ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ଜର୍ଜ ୱାକର ୨୭, ଗୁରକୀରଟ ସିଂ ୨୨ ଓ ପିଟର ଟ୍ରୋଗୋ ୧୯ ରନ କରିଥିଲେ । ଶିବକାନ୍ତ ଶୁକ୍ଲା ଲିଜେଣ୍ଡସ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

Leave A Reply

Your email address will not be published.