ନୂଆଦିଲ୍ଲୀ: ମହାମାରୀ ରୂପ ନେଉଛି କରୋନା । ଚୀନରେ କରୋନା ଭାଇରସରେ ହେଉଥିବା ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଘାତକ କରୋନା ଭାଇରସ ଯୋଗୁଁ ଚୀନରେ ଏପର୍ଯ୍ୟନ୍ତ ୪୯୦ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି ଓ ୨୪, ୩୨୪ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି । ଏନେଇ ଚୀନର ଜାତୀୟ ସ୍ୱାସ୍ଥ୍ୟ କମିଶନ ସୂଚନା ଦେଇଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କରୋନାକୁ ବିଶ୍ୱ ସ୍ୱାସ୍ଥ୍ୟ ଏମରଜେନ୍ସି ଘୋଷଣା କରିଛି । ଚୀନର ହୁବଇ ପ୍ରାନ୍ତ ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭାଇରସ ସାରା ବିଶ୍ୱରେ ବ୍ୟାପିବାକୁ ଲାଗିଲାଣି ।
ଚୀନରେ କରୋନା ଯୋଗୁଁ ମୃତ୍ୟୁର ତାଣ୍ଡବ ଚାଲିଛି । ସୂଚନା ମୁତାବକ, ଏହା ଭୟରେ ଜାପାନ ଓ କୋରିଆ ନିଜର କାର ଫ୍ୟାକ୍ଟ୍ରିକୁ କିଛି ସମୟ ପାଇଁ ବନ୍ଦ କରିଛନ୍ତି । ଦକ୍ଷିଣ କୋରିଆର କମ୍ପାନୀ ହୁଣ୍ଡାଇ ଓ ଜାପାନୀ କାର କମ୍ପାନୀ ଟୋୟୋଟା ଚୀନରେ କାର ନିର୍ମାଣ କାମ ବନ୍ଦ କରିଦେଇଛନ୍ତି ।
Comments are closed.