Latest Odisha News

BREAKING NEWS

ଟିପିସିଓଡିଏଲର “ବିଲ୍ ପେ ଆଣ୍ଡ୍ ୱିନ୍ ସ୍କିମ୍”; ଠିକ୍ ସମୟରେ ଦେୟ ଦେଉଥିବା ଭାଗ୍ୟଶାଳୀ ଉପଭୋକ୍ତାଙ୍କୁ ଆକର୍ଷଣୀୟ ପୁରସ୍କାର

ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ମିଳିତ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ଉପଭୋକ୍ତାଙ୍କୁ ଠିକ୍ ସମୟରେ ବିଦ୍ୟୁତ୍ ବିଲ୍ ପୈଠ କରିବାକୁ ଉତ୍ସାହିତ କରିବା ଲାଗି “ବିଲ୍ ପେ ଆଣ୍ଡ୍ ୱିନ୍ ସ୍କିମ୍’ର ଶୁଭାରମ୍ଭ କରାଯାଇଛି।

ଏହି ସ୍କିମରେ ଶୂନ ବକେୟା ସ୍ଥିତି ବଜାୟ ରଖିଥିବା ଓ ଡିଜିଟାଲ୍ ମାଧ୍ୟମରେ ବିଲ୍ ପୈଠ କରୁଥିବା ଉପଭୋକ୍ତାମାନଙ୍କୁ ରିୱାର୍ଡ ପ୍ରଦାନ କରାଯାଉଛି। ଏହି ସ୍କିମ୍ରେ ଯେଉଁ ଉପଭୋକ୍ତାମାନେ ଠିକ୍ ସମୟରେ ଓ ଡିଜିଟାଲ୍ ମାଧ୍ୟମରେ ବିଲ୍ ପ୍ରଦାନ କରୁଛନ୍ତି ସେମାନେ ଲକି ଡ୍ର’ରେ ଆକର୍ଷଣୀୟ ପୁରସ୍କାର ଜିତିବା ଲାଗି ଯୋଗ୍ୟ ବିବେଚିତ ହେଉଛନ୍ତି।

ସ୍କିମ୍ର ଅଂଶ ସ୍ୱରୂପ ଉପଭୋକ୍ତାମାନେ ୪ ପ୍ରତିଶତର ଡିଜିଟାଲ୍ ରିହାତି ଭଳି ଅତିରିକ୍ତ ସୁବିଧା ଓ ଠିକ୍ ସମୟରେ ବିଲ୍ ପୈଠ ପାଇଁ ୟୁନିଟ୍ ପିଛା ୧୦ ପଇସାର ତ୍ୱରିତ ରିହାତି ପାଇପାରୁଛନ୍ତି।

ଅନଲାଇନ୍ କାରବାରର ପ୍ରସାର କରି ଟିପିସିଓଡିଏଲ୍ କାଗଜ ବ୍ୟବହାର କମ୍ କରିଛି ଏବଂ ସ୍ଥାୟୀ ପରିବେଶ ଉପଯୋଗୀ ଅଭ୍ୟାସକୁ ସମର୍ଥନ କରୁଛି। ଉପଭୋକ୍ତାମାନେ ନିଜ ଘରୁ ସୁବିଧାରେ ବିଲ୍ ପୈଠ କରିପାରୁଛନ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତ ପ୍ରତି ଯୋଗଦାନ ଦେଇପାରୁଛନ୍ତି। ନିକଟରେ ଏକ ପୁରସ୍କାର ବିତରଣ ସମାରୋହରେ ଟିପିସିଓଡିଏଲ୍ ପକ୍ଷରୁ ଭୁବନେଶ୍ୱରର ୫୬ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ପୁରସ୍କୃତ କରାଯାଇଛି।

ଟିପିସିଓଡିଏଲ୍ର ସିଇଓ ଅରଭିନ୍ଦ ସିଂହ ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ଉପଭୋକ୍ତାଙ୍କୁ ସଶକ୍ତ କରିବା ଓ ସ୍ଥାୟୀ ପରିବେଶ ଉପଯୋଗୀ ଅଭ୍ୟାସର ପ୍ରସାର କରିବା ଲାଗି କମ୍ପାନିର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ଏହି ଅଭିଯାନ ସମ୍ପର୍କରେ ସେ କହିଛନ୍ତି ଯେ, “ଅଭିନବ ସ୍କିମ୍ ଜରିଆରେ ଠିକ୍ ସମୟରେ ଦେୟ ପୈଠ କରିବା ଏବଂ ସ୍ଥାୟୀ ଅଭ୍ୟାସ ଗ୍ରହଣ କରିବାକୁ ଉତ୍ସାହିତ କରିବା ଲାଗି ଆମେ ପ୍ରତିବଦ୍ଧ ରହିଛୁ। ଡିଜିଟାଲ୍ ମାଧ୍ୟମରେ ବିଲ୍ ପୈଠ କରିବା ଉପଭୋକ୍ତାଙ୍କ ପାଇଁ ସୁବିଧାଜନକ ଓ ଏଥିରେ କାଗଜ ବ୍ୟବହାର କମ୍ ହେଉଛି ଯାହା ଏକ ସବୁଜ ଭବିଷ୍ୟତ ସୃଷ୍ଟିରେ ଆମକୁ ସହାୟକ ହେଉଛି।”

 

Comments are closed.