Latest Odisha News

BREAKING NEWS

ବାତ୍ୟା ‘ଦାନା’ର ମୁକାବିଲା ପାଇଁ ଟିପିଏସ୍ଓଡିଏଲ ପକ୍ଷରୁ ପ୍ରସ୍ତୁତି

୨୪x୭ କଲ୍ ସେଣ୍ଟର ନମ୍ବର ୧୯୧୨ କିମ୍ବା ୧୮୦୦-୩୪୫-୬୭୯୭ରେ ଉପଭୋକ୍ତା କଲ୍ କରିପାରିବେ 

ବ୍ରହ୍ମପୁର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଦାନା’କୁ ଦୃଷ୍ଟିରେ ରଖି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ତତ୍ପରତା ଦେଖାଇଛି। ନିରବଚ୍ଛିନ୍ନ ବିଜୁଳି ଯୋଗାଣ ସୁନିଶ୍ଚିତ କରିବା ସହ ବିଦ୍ୟୁତ ସରବରାହରେ ବାଧାବିଘ୍ନକୁ ହ୍ରାସ କରିବା ପାଇଁ କମ୍ପାନୀ ପକ୍ଷରୁ ଏକ ବ୍ୟାପକ ବ୍ୟବସାୟ ନିରନ୍ତରତା ଏବଂ ବିପର୍ଯ୍ୟୟ ପରିଚାଳନା ଯୋଜନା (ବିସିଡିଏମପି) ପ୍ରସ୍ତୁତ କରାଯାଇଛି।

ଏହି ଯୋଜନା କମ୍ପାନୀକୁ ବ୍ୟବସ୍ଥିତ ଭାବରେ ସତର୍କ ସୂଚନା ଗ୍ରହଣ ଓ ବିଶ୍ଳେଷଣ କରିବା, ବିପର୍ଯ୍ୟୟ ପୂର୍ବରୁ ସତର୍କ ସୂଚନା ଦେବା ଏବଂ ବିସିଡିଏମପି ପରିଚାଳନା କରିବାରେ ସାହାଯ୍ୟ କରିବ। ରେସପନ୍ସ ଟିମର ପ୍ରସ୍ତୁତିକୁ ଯାଞ୍ଚ କରିବା ପାଇଁ ଏକ ମକ୍ ଡ୍ରିଲ୍ ମଧ୍ୟ ଆୟୋଜନ କରାଯାଇଛି।

୨୪x୭ ଜରୁରୀକାଳୀନ ହେଲ୍ପଲାଇନ ଉପଲବ୍ଧ ରହିଛି:

୨୪ ଘଣ୍ଟିଆ ଟୋଲ୍ ଫ୍ରି ହେଲ୍ପଲାଇନ୍ ନମ୍ବର: ୧୯୧୨ କିମ୍ବା ୧୮୦୦-୩୪୫-୬୭୯୭ ରେ ଯୋଗାଯୋଗ କରି ବିଜୁଳି ସମ୍ବନ୍ଧୀୟ କୌଣସି ଜରୁରୀ କାଳୀନ ପରିସ୍ଥିତି ସମ୍ପର୍କରେ ଜଣାଇବାକୁ ଉପଭୋକ୍ତାଙ୍କୁ ଅନୁରୋଧ କରିଛି ଟିପିଏସ୍ଓଡିଏଲ୍। ଯେକୌଣସି ବିଜୁଳି ସମ୍ବନ୍ଧୀୟ ସମସ୍ୟାର ତୁରନ୍ତ ସମାଧାନ ପାଇଁ କମ୍ପାନୀ ଏହାର ପରିସରଭୁକ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସ୍ୱତନ୍ତ୍ର ତ୍ୱରିତ-ରେସପନ୍ସ ଟିମ୍ ନିୟୋଜିତ କରିଛି।

ସୁରକ୍ଷା ପରାମର୍ଶ-

* ଆଗକୁ ଆସୁଥିବା ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଟିପିଏସ୍ଓଡିଏଲ୍ ବାତ୍ୟା ପ୍ରଭାବିତ ଅଞ୍ଚଳର ଜନସାଧାରଣଙ୍କୁ ନିମ୍ନଲିଖିତ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି।

* ବଜ୍ରପାତ ସମୟରେ କୌଣସି ତାର କିମ୍ବା ପ୍ଲମ୍ବିଂରୁ ଦୂରେଇ ରୁହନ୍ତୁ। କାରଣ ଟେଲିଫୋନ୍ ଲାଇନ୍ ଏବଂ ଧାତୁ ନିର୍ମିତ ପାଇପ୍ ବିଦ୍ୟୁତ୍ ସୁପରିବାହୀ ଅଟେ।

* ବଜ୍ରପାତ, ପ୍ରବଳ ବର୍ଷା, ଝଡ଼ ତୋଫାନ ସମୟରେ ଗଛ କିମ୍ବା ଅସ୍ଥାୟୀ ଗୃହ ତଳେ ଆଶ୍ରୟ ନିଅନ୍ତୁ ନାହିଁ ।

* ଓଦା ହାତରେ କିମ୍ବା ଗ୍ଲୋଭ୍ସ ଓ ଇନସୁଲେଟେଡ୍ ପ୍ଲାଟଫର୍ମ ଭଳି ବିନା ସୁରକ୍ଷା ଉପକରଣରେ କୌଣସି ବୈଦ୍ୟୁତିକ ଉପକରଣକୁ ସ୍ପର୍ଶ କରନ୍ତୁ ନାହିଁ।

* ବର୍ଷା ପରେ ନାଳ ନର୍ଦ୍ଦମା ଏବଂ ଜଳ ନିଷ୍କାସନ ପ୍ରଣାଳୀଠାରୁ ପିଲାମାନଙ୍କୁ ଦୂରେଇ ରଖନ୍ତୁ।

* ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅମିତ କୁମାର ଗର୍ଗ କହିଛନ୍ତି, “ଭାରତୀୟ ପାଣିପାଗ ବିଭାଗ ବାତ୍ୟା ‘ଦାନା’ର ପୂର୍ବାନୁମାନ କରିବା ପରେ ଆମ ଟିମ୍ ଏହି ଜଟିଳ ସମୟରେ ବିଜୁଳି ଯୋଗାଣକୁ ସୁରକ୍ଷିତ ରଖିବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେଇଛନ୍ତି। ସମ୍ଭାବ୍ୟ କ୍ଷୟକ୍ଷତିକୁ ହ୍ରାସ କରିବା ପାଇଁ ଆମେ ସରକାରୀ ଏଜେନ୍ସି ଏବଂ ବିପର୍ଯ୍ୟୟ ପରିଚାଳନା ଟିମ୍ ସହିତ ମିଶି କାମ କରୁଅଛୁ। ଆମର ଗ୍ରାହକ ମାନେ ଯେମିତି ବିଶେଷ କିଛି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ତାହା ସୁନିଶ୍ଚିତ କରିବା ହେଉଛି ଆମର ପ୍ରାଥମିକତା। କୌଣସି ଅଘଟଣକୁ ରୋକିବା ପାଇଁ ସୁରକ୍ଷା ନିର୍ଦ୍ଦେଶାବଳୀ ପାଳନ କରିବାକୁ ଆମେ ଜନସାଧାରଣଙ୍କୁ ଅନୁରୋଧ କରୁଛୁ।”

* ଟିପିଏସ୍ଓଡିଏଲ୍ ଉଭୟ ବିତରଣ ଏବଂ ପ୍ରାଇମେରୀ ସବ୍-ଷ୍ଟେସନର ରକ୍ଷଣାବେକ୍ଷଣ କାର୍ଯ୍ୟ ଶେଷ କରିଛି। ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହେଲେ ପୁନରୁଦ୍ଧାରକୁ ତ୍ୱରାନ୍ୱିତ କରିବା ପାଇଁ ଟ୍ରାନ୍ସଫର୍ମର ଏବଂ ସୁଇଚ ଗିୟର ସମେତ ଅତ୍ୟାବଶ୍ୟକ ସ୍ପେୟାର ପାର୍ଟସ, ଉପକରଣଗୁଡ଼ିକ ମହଜୁଦ ରହିଛି। ସେହିପରି ଜରୁରୀକାଳୀନ ସେବାକୁ ନିରନ୍ତର ବିଜୁଳି ଯୋଗାଣ ସୁନିଶ୍ଚିତ କରିବା ପାଇଁ ଟିପିଏସ୍ଓଡିଏଲର ସ୍ୱତନ୍ତ୍ର ଟିମ୍ ପ୍ରସ୍ତୁତ ରହିଛନ୍ତି।

 

Leave A Reply

Your email address will not be published.