Latest Odisha News

ଓଡ଼ିଶା ସିଏସ୍ଆର୍ ଆଣ୍ଡ ସଷ୍ଟେନେବିଲିଟି ଏକ୍ସଲେନ୍ସ ଆୱାର୍ଡ-୨୦୨୪ରେ ଟିପିଏସଓଡିଏଲ୍ ସମ୍ମାନୀତ

ବ୍ରହ୍ମପୁର: ଟିପି ଦକ୍ଷିଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍)କୁ ସମ୍ମାନଜନକ ଓଡ଼ିଶା ସିଏସଆର୍ ଆଣ୍ଡ  ସଷ୍ଟେନେବିଲିଟି ଏକ୍ସଲେନ୍ସ ଆୱାର୍ଡ-୨୦୨୪ରେ ସମ୍ମାନିତ କରାଯାଇଛି । ଆସୋଚାମ୍ ଓଡ଼ିଶା ରାଜ୍ୟ ଉନ୍ନୟନ ପରିଷଦ ପକ୍ଷରୁ ଏହି ପୁରଷ୍କାର ପ୍ରଦାନ କରାଯାଇଛି । ସ୍ୱେଚ୍ଛାସେବୀ ପଦକ୍ଷେପ ମାଧ୍ୟମରେ ଗୋଷ୍ଠୀ ବିକାଶରେ ଉଲ୍ଲେଖନୀୟ ଅବଦାନ ଏବଂ ସାମାଜିକ ଦାୟିତ୍ୱ ଦିଗରେ କମ୍ପାନୀର ପ୍ରତିବଦ୍ଧତାକୁ ସ୍ଵୀକୃତି ମିଳିଛି । “କର୍ମଚାରୀ ସ୍ୱେଚ୍ଛାସେବାରେ ଉତ୍କର୍ଷତା” ବର୍ଗରେ କମ୍ପାନୀ ଏହି ପୁରସ୍କାର ପାଇଛି ।

ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗ ଦେଇଥିଲେ । ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ମାନ୍ୟବର ଉପମହାନିର୍ଦ୍ଦେଶକ ଏ.ଟି ମିଶ୍ର ଏହି ପୁରସ୍କାର ପ୍ରଦାନ କରିଥିଲେ ଏବଂ କମ୍ପାନୀ ତରଫରୁ ଟିପିଏସଓଡିଏଲର ସିଏସଆର ଟିମ୍ ପୁରସ୍କାର ଗ୍ରହଣ କରିଥିଲେ ।

ଟିପିଏସଓଡିଏଲ୍ ଦୀର୍ଘ ଦିନ ଧରି ଏହାର ପରିସରଭୁକ୍ତ ଗୋଷ୍ଠୀ ସମୁଦାୟରେ ସକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ଚେଷ୍ଟା କରିଆସୁଛି । କମ୍ପାନୀର କର୍ମଚାରୀମାନେ ଶିକ୍ଷାଗତ ସହାୟତା କାର୍ଯ୍ୟକ୍ରମ, ସ୍ୱାସ୍ଥ୍ୟ ଶିବିର, ପରିବେଶ ସଂରକ୍ଷଣ ପଦକ୍ଷେପ ଏବଂ ବୃଦ୍ଧାଶ୍ରମ ପରିଦର୍ଶନ ସମେତ ବିଭିନ୍ନ ସ୍ୱେଚ୍ଛାସେବୀ କାର୍ଯ୍ୟରେ ସକ୍ରିୟ ଭାବରେ ଅଂଶଗ୍ରହଣ କରନ୍ତି । ଏହି ପଦକ୍ଷେପଗୁଡ଼ିକ ଦକ୍ଷିଣ ଓଡ଼ିଶାର ହଜାର ହଜାର ବ୍ୟକ୍ତି ତଥା ଗୋଷ୍ଠୀ ସମୁଦାୟଙ୍କ ଜୀବନକୁ ସକାରାତ୍ମକ ଭାବେ ପ୍ରଭାବିତ କରିଛି ।

ଟିପିଏସଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅମିତ କୁମାର ଗର୍ଗ କହିଛନ୍ତି, “ଏହି ପୁରସ୍କାର ଆମ କର୍ମଚାରୀଙ୍କ ନିଷ୍ଠା ଏବଂ କଠିନ ପରିଶ୍ରମର ପ୍ରମାଣ । ସେମାନେ ନିଃସ୍ୱାର୍ଥପର ଭାବରେ ସ୍ଥାନୀୟ ଗୋଷ୍ଠୀରେ ପରିବର୍ତ୍ତନ ଆଣିବା ପାଇଁ ସେମାନଙ୍କର ସମୟ ଏବଂ ଦକ୍ଷତାକୁ ସ୍ୱେଚ୍ଛାକୃତ ଭାବରେ ନିବେଶ କରିଛନ୍ତି । ଟିପିଏସଓଡିଏଲରେ ଆମେ ସମାଜକୁ ପ୍ରତିବଦଳରେ କିଛି ଦେବାରେ ବିଶ୍ୱାସ କରୁ ଏବଂ ନିରନ୍ତର ବିକାଶ ଓ ଗୋଷ୍ଠୀ ସଶକ୍ତିକରଣ ଦିଗରେ ପ୍ରତିଶ୍ରୁତିବଦ୍ଧ । ଏହି ସ୍ୱୀକୃତି ଆମକୁ ସମାଜରେ ଏକ ସକାରାତ୍ମକ ଏବଂ ସ୍ଥାୟୀ ପ୍ରଭାବ ସୃଷ୍ଟି କରିବା ପାଇଁ ମିଶନ ଜାରି ରଖିବାକୁ ପ୍ରେରଣା ଦିଏ।”

Comments are closed.