Latest Odisha News

BREAKING NEWS

ବିଦ୍ୟୁତ୍ ଯୋଗାଣର ଗୁଣାତ୍ମକ ମାନ ପାଇଁ ଟିପିଏସ୍ଓଡିଏଲ୍ ଆସିକା ନ୍ୟୁ ଗ୍ରିଡ୍ ସବ୍ ଷ୍ଟେସନରେ ୩୩ କେଭି ଲାଇନ୍ ବିଛାଇଲା

ବ୍ରହ୍ମପୁର: ବିଦ୍ୟୁତ୍ ଯୋଗାଣର ଗୁଣାତ୍ମକ ମାନରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ଟାଟା ପାୱାର ସାଉଥ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ଗଞ୍ଜାମ ଜିଲ୍ଲାର ଆସିକା ନ୍ୟୁ ଗ୍ରିଡ୍ ସବ ଷ୍ଟେସନରୁ ନୂଆଗାଁ ପ୍ରାଥମିକ ସବଷ୍ଟେସନ (ପିଏସ୍ଏସ୍) ପର୍ଯ୍ୟନ୍ତ ଏକ ନୂଆ ୩୩ କେଭି ଲାଇନ୍ ବିଛାଇଛି।

ନୂଆଗାଁ ପିଏସ୍ଏସ୍ ପୂର୍ବରୁ ଆସିକା ପୁରୁଣା ଗ୍ରିଡ୍ ସବଷ୍ଟେସନରୁ ୩୩ କେଭି ଯୋଗାଣ ପାଉଥିଲା। ନୂଆ ଲାଇନ୍ ଆସିବା ପରେ ଅଧିକ ସ୍ଥିର ଓ ନିର୍ଭରଯୋଗ୍ୟ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ ହୋଇପାରିବ ବୋଲି ଟିପିଏସ୍ଓଡିଏଲ୍ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି।

ଏହାଦ୍ୱାରା ଆସିକା, ଶେରଗଡ଼ ଓ ପୁରୁଷୋତ୍ତମପୁର ବ୍ଲକର ୧୩ଟି ପଞ୍ଚାୟତର ପ୍ରାୟ ୧୬ ହଜାର ଉପଭୋକ୍ତା ଉପକୃତ ହେବେ। ସେହି ପଞ୍ଚାୟତଗୁଡ଼ିକ ହେଲା ଆସ୍କା ବ୍ଲକର ନୂଆଗାଁ, ବଡ଼ଖୋଲି, ପାଣ୍ଡିପଥର, ସିଧାନାଇ, ଖରିଆ, ବଡ଼ଗାଁ, ଜୟପୁର, ହରିଦାପଦର, ବାବାନାପୁର, ଭେଟ୍ନାଇ ଓ ଆଳିପୁର, ଶେରଗଡ଼ ବ୍ଲକର ବ୍ରହ୍ମଚାଇ ଓ ପୁରୁଷୋତ୍ତମପୁର ବ୍ଲକର ଟଙ୍କଚାଇ।

ପାଖାପାଖି ୫.୫ କିଲୋମିଟର ପରିବ୍ୟାପ୍ତ ଏହି ନୂତନ ଭିତ୍ତିଭୂମି କେବଳ ଲୋଡ୍ ବହନ କ୍ଷମତା ବୃଦ୍ଧି କରିବ। ଏହି ପ୍ରକଳ୍ପ ଦ୍ୱାରା ଲୋ ଭୋଲଟେଜ୍ ଏବଂ ବାରମ୍ବାର ବିଦ୍ୟୁତ୍ ବାଧା ଉପୁଜିବା ସମସ୍ୟାର ମଧ୍ୟ ସମାଧାନ ହେବ। ଆସିକା ପୁରୁଣା ଗ୍ରିଡ୍ ସବଷ୍ଟେସନରୁ ଲାଇନ୍ ରେ କୌଣସି ବିଭ୍ରାଟ ହେଲେ ନୂଆ ଲାଇନ୍ ଆସିକା ନ୍ୟୁ ଗ୍ରିଡ୍ ସବଷ୍ଟେସନରୁ ନିରବଚ୍ଛିନ୍ନ ଭାବେ ବିଦ୍ୟୁତ୍ ଯୋଗାଣ କରିବ, ଯାହା ନିରବଚ୍ଛିନ୍ନ ସେବା ସୁନିଶ୍ଚିତ କରିବ।

ଟିପିଏସଓଡିଏଲର ସିଇଓ ଅମିତ କୁମାର ଗର୍ଗ କହିଛନ୍ତି ଯେ ଆମେ ଆମ ସମ୍ପ୍ରଦାୟର ଉନ୍ନତ ସେବା ପାଇଁ ଭିତ୍ତିଭୂମି ଉନ୍ନତୀକରଣ ରେ ଆମର ନିବେଶ ଜାରି ରଖିବାକୁ ପ୍ରତିଶ୍ରୁତିବଦ୍ଧ ।

Leave A Reply

Your email address will not be published.