Latest Odisha News

BREAKING NEWS

ଫିଟନେସ୍ ଓ ଟିମୱାର୍କର ସଂସ୍କୃତି ତିଆରି କରୁଛି ଟିପିଏସ୍ଓଡିଏଲ

ବ୍ରହ୍ମପୁର, ଅଗଷ୍ଟ: କର୍ମଚାରୀଙ୍କ ଉତ୍ତମ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ବ ଦେବା ସହ କ୍ରୀଡ଼ା ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ଼ (ଟିପିଏସ୍ଓଡିଏଲ୍) ପ୍ରୟାସ କରିଆସିଛି। କମ୍ପାନୀ ଦକ୍ଷିଣ ଓଡ଼ିଶାରେ ଏହାର ପରିସରଭୁକ୍ତ ଅଞ୍ଚଳରେ ବିଭିନ୍ନ ପ୍ରକାର ଖେଳ ପ୍ରତିଯୋଗିତା ଆୟୋଜନ କରିଛି । ବିଭିନ୍ନ ସ୍ଥାନରେ ବ୍ୟାଡମିଣ୍ଟନ୍, ଟେବୁଲ୍ ଟେନିସ, ଚେସ୍, କ୍ୟାରମ୍, କ୍ରିକେଟ ଭଳି ପ୍ରତିଯୋଗିତା ଆୟୋଜନ କରାଯାଇଛି। “ବି ଫିଟ୍ ଆଣ୍ଡ ରେଜ୍ ଦ ବାର” ପଦକ୍ଷେପ ମାଧ୍ୟମରେ ଟିପିଏସ୍ଓଡିଏଲ୍ ମାନସିକ ଚାପ କମାଇବା, ଆରାମ ବଢ଼ାଇବା ଏବଂ କର୍ମଚାରୀଙ୍କ ମଧ୍ୟରେ ସୁସ୍ଥ ଜୀବନଶୈଳୀର ଗୁରୁତ୍ବ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ରଖିଛି।

ବିଗତ ଦିନରେ ଟିପିଏସ୍ଓଡିଏଲ୍ ପକ୍ଷରୁ ଆୟୋଜିତ କ୍ରୀଡ଼ା ପ୍ରତିଯୋଗିତାରେ ସବୁ ସର୍କଲର କର୍ମଚାରୀ ଉତ୍ସାହର ସହ ଭାଗ ନେଇଥିଲେ। କମ୍ପାନୀ ୨୦୨୩ରେ ଚେସ୍, କ୍ୟାରମ, ବ୍ୟାଡମିଣ୍ଟନ୍ ଓ ଟେବୁଲ୍ ଟେନିସ ପ୍ରତିଯୋଗିତା ଆୟୋଜନ କରିଥିଲା। ଏଥିରେ ବିଜୟୀ ଦଳ ବାଙ୍ଗାଲୋରରେ ଟାଟା ପାୱାର ଟୁର୍ଣ୍ଣାମେଣ୍ଟ  ଖେଳିବା ପାଇଁ ଯାଇଥିଲେ। ସେହିଭଳି ୨୦୨୪ ଜାନୁଆରୀ ୬ ଓ ୭ ରେ ବ୍ରହ୍ମପୁର ଷ୍ଟାଡିୟମରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା ଏବଂ ଏଥିରେ ବିଜୟୀ ଦଳ ପାୱାର କପ୍ ଖେଳିବା ପାଇଁ ମନୋନୀତ ହୋଇଥିଲେ। ନିକଟ ଅତୀତରେ ଚଳିତ ବର୍ଷ ଅଗଷ୍ଟ ୨୪ ରୁ ୨୬ ପର୍ଯ୍ୟନ୍ତ ସ୍ପୋର୍ଟସ ଏରେନାଠାରେ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ ଖେଳା ଯାଇଥିଲା। ଏଥିରେ ଅତି ଉତ୍ସାହର ସହ କର୍ମଚାରୀମାନେ ଭାଗ ନେଇଥିଲେ, ଯାହା ଫିଟନେସ ଉପରେ ସେମାନଙ୍କ ଗୁରୁତ୍ୱକୁ ଦର୍ଶାଉଛି।

Comments are closed.