Latest Odisha News

BREAKING NEWS

ଗାଁ ଦାଣ୍ଡରେ ଖେଳୁଥିଲା କୁନିପୁଅ, ଚଢିଗଲା ଟ୍ରାକ୍ଟର

ଢେଙ୍କାନାଳ:ମୃତ୍ୟୁ କେତେବେଳେ ଓ କେମିତି ଆସେ କେହି କହିପାରନ୍ତି ନାହିଁ ।  ଯେ କୌଣସି ମୂହୁର୍ତ୍ତରେ ଯେ କୌଣସି ସ୍ଥାନରେ  ଆସି ପହଞ୍ଚିଯାଏ  ମୃତ୍ୟୁ । ମୃତ୍ୟୁ କେବେ ଦେଖେନି ସ୍ଥାନ, କାଳ, ପାତ୍ର । ମୃତ୍ୟୁ ଆସେ ଅତର୍କିତ । ଏଠି ବି ଏମିତି ଅଚାନକ ଆସିଥିଲା, ଗାଁ ଦାଣ୍ଡରେ ବାଲି ଖେଳରେ ହଜି ଯାଇଥିବା ଶିଶୁପୁତ୍ରକୁ କୋଳେଇ ନେଇଥିଲା ।

ଏଭଳି ଦୁଃଖଦ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଅନ୍ତର୍ଗତ କନ୍ତିଓପୁଟସାହି ଗାଁରେ । ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ୪ ବର୍ଷର ଶିଶୁପୁତ୍ର  ।  ଖେଳରେ ଏମିତି ମଜି ଯାଇଥିଲା ଯେ ଟ୍ରାକ୍ଟର ଆସୁଛି ବୋଲି ଜାଣି ପାରି ନଥିଲା । ଶେଷରେ ତା ଉପରେ ଚଢି ଯାଇଥିଲା  ଟ୍ରାକ୍ଟର । ଘଟଣାସ୍ଥଳରେ ଶିଶୁଟିର  ମୃତ୍ୟୁ ଘଟିଛି । ମୃତ ଶିଶୁଟି     ଶବରସାହିର ବିଜୟ ଦେହୁରୀଙ୍କ ପୁଅ ବିସ୍ମୟ ।

ଆଜି ଦିନରେ ଘର ଆଗରେ ବିସ୍ମୟ ଖେଳୁଥିଲା । ଏହି ସମୟରେ ହଠାତ୍ ଏକ ଟ୍ରାକ୍ଟର ମାଡ଼ି ଯିବା ଯୋଗୁଁ ଘଟଣା ସ୍ଥଳରେ ହିଁ ତା’ର ମୃତ୍ୟୁ ହୋଇଥିଲା । ପରେ ପରିବାର ଲୋକେ କାମାକ୍ଷାନଗର ମେଡ଼ିକାଲକୁ ନେଇଥିଲେ । ଡାକ୍ତର ସେଠାରେ ଶିଶୁଟିକୁ ମୃତ ଘୋଷଣା କରିଥିଲେ।

ଦୁର୍ଘଟଣା ପରେ ଘଟଣା ସ୍ଥଳରୁ ଡ୍ରାଇଭର ଜଣଙ୍କ ଫେରାର ହେବା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି । ତୁମୁସିଙ୍ଗା ପୋଲିସ ଟ୍ରାକ୍ଟରଟିକୁ ଜବତ କରି ଏହି ମାମଲାରେ ତଦନ୍ତ ଚଳାଇଛି ।

Leave A Reply

Your email address will not be published.