Latest Odisha News

BREAKING NEWS

କାଉଣ୍ଟରରେ ମଦ ବିକ୍ରି ନେଇ କଟକ ବ୍ୟବସାୟୀ ସଂଘର ଦାବି

କଟକ: ଓଡିଶା ସରକାର ମଦର ହୋମ୍ ଡେଲିଭରିକୁ ଅନୁମତି ଦେବାର ଗୋଟିଏ ଦିନ ପରେ କଟକ ଜିଲ୍ଲା ବିଦେଶୀ ମଦ ବ୍ୟବସାୟୀ ସଂଘ ପକ୍ଷରୁ କାଉଣ୍ଟରରେ ମଦ ବିକ୍ରି ନେଇ ରବିବାର ଦିନ ଦାବି କରିଛନ୍ତି।

ଗଣମାଧ୍ୟମକୁ ସୂଚନା ଦେଇ ଆସୋସିଏସନର ସେକ୍ରେଟାରୀ ବିରଞ୍ଚି ନାରାୟଣ ସାହୁ କହିଛନ୍ତି ଯେ ସେମାନଙ୍କ ପାଇଁ ଉଭୟ ବିକଳ୍ପ ଉପଲବ୍ଧ ହେବା ଉଚିତ।

“ଯେହେତୁ ମଦ ପରିମାଣ ଉପରେ ରାଜ୍ୟ ସରକାର ମାସିକ ସର୍ବନିମ୍ନ ଗ୍ୟାରେଣ୍ଟି କୋଟା (ଏମଜିକ୍ବୁ) ସ୍ଥିର କରିଛନ୍ତି, ଯାହାକୁ ବ୍ୟବସାୟୀମାନେ କେବଳ ଅଫଲାଇନ୍ ମଦ ବିକ୍ରୟ ମାଧ୍ୟମରେ ପୂରଣ କରିପାରିବେ। ତେବେ ଯଦି ସରକାର ଅଫଲାଇନ୍ ବିକ୍ରିକୁ ଅନୁମତି ନ ଦିଅନ୍ତି, ତାହେଲେ ବ୍ୟବସାୟୀମାନେ ସେମାନଙ୍କ ଦୋକାନ ଖୋଲିବେ ନାହିଁ” ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି।

Comments are closed.