Latest Odisha News

BREAKING NEWS

ପାର୍ଟିରେ ଆଉ କେତେ ପିନ୍ଧିବେ ସେଇ ପାରମ୍ପରିକ ପୋଷାକ : ଏବେ ବଜାରରେ ନୂଆ ଫ୍ୟାଶନ ଟ୍ରେଣ୍ଡ

ସେ ପାର୍ଟି ଫଙ୍କସନ୍ ହେଉ ବା ଯେକୌଣସି ମିଟିଙ୍ଗ୍ ମହିଳାମାନେ ସବୁବେଳେ ସୁନ୍ଦର ଓ ଆର୍କଷଣୀୟ ଦେଖାଯିବାକୁ ଚେଷ୍ଟା କରିଥାନ୍ତି । ଏଥିପାଇଁ ସବୁବେଳେ ନୂଆ ପୋଷାକର ଖୋଜା ପଡିଥାଏ। ବର୍ତ୍ତମାନ ବାହାଘର ସିଜିନ୍ ଥିବାରୁ ଚାରିଆଡେ ପାର୍ଟିର ମାହୋଲ୍ ଦେଖାଯାଉଛି । ଏସବୁ ଜାଗାକୁ ସାଧାରଣତଃ ଲେହେଙ୍ଗା, ସୁଟ, ଶାଢି ଆଦି ପିନ୍ଧାଯାଇଥାଏ । କିନ୍ତୁ ଏସବୁ ଏବେ ଆଉଟ୍ ଅଫ୍ ଫ୍ୟାଶନ ହୋଇଗଲାଣି! ଏହାକୁ ନଜରରେ ରଖି ମାର୍କେଟକୁ ଆସିଛି ନୂଆ ଟ୍ରାଡିସନାଲ୍ ଫ୍ୟାଶନର ଟ୍ରେଣ୍ଡ୍ :

• ଯଦି ଆପଣ ପାର୍ଟିରେ ପାରମ୍ପରିକ ପୋଷାକ ପିନ୍ଧିବା ପାଇଁ ଭାବୁଛନ୍ତି, ତା ହେଲେ ନିଶ୍ଚୟ ଆପଣାନ୍ତୁ ମାର୍କେଟକୁ ଆସିଥିବା ନୂଆ ଡିଜାଇନର ଟ୍ରାଡିସନାଲ୍ ଡ୍ରେସ୍ । ନିଜର ପସନ୍ଦ ଅନୁଯାୟୀ ଯେକୌଣସି ସିଙ୍ଗଲ୍ କଲରର ଡିଜାଇନର ନେଟ୍ ଶାଢି ପିନ୍ଧିପାରିବେ । ଏହାସହିତ ହାଇନେକ୍ ବା ନେକ ବର୍ଡର ଥିବା ଏମ୍ବ୍ରୋଡୋରି ବ୍ଲାଉଜ୍ ବା ଫୁଲ୍ ନେଟ୍ ଥିବା ବ୍ଲାଉଜ ଆପଣଙ୍କୁ ଏକ ଆକର୍ଷଣୀୟ ଲୁକ୍ ଦେବ ।

• ଇଭନିଙ୍ଗ୍ ଗାଉନ୍ ଓ ପାର୍ଟି ୱେୟାର୍ ଫୁଲ୍ ଲେନଥ ଡ୍ରେସ୍ ବର୍ତ୍ତମାନ ଡିମାଣ୍ଡରେ ରହିଛି । ଏହାସହ ଫ୍ଲୋରାଲ୍ ପ୍ରିଣ୍ଟ୍ ଥିବା ଫ୍ରକ୍ ବହୁଳ ଭାବରେ ଲୋକଙ୍କୁ ଆର୍କଷିତ କରିପାରିଛି, ଏହା ଆପଣଙ୍କୁ ଏକ ୟୁନିକ୍ ଲୁକ୍ ଓ ଟ୍ରେଣ୍ଡି ଲୁକ୍ ଦେବ । ଆପଣ ଚାହିଁଲେ ଅନଲାଇନ୍ ସପିଙ୍ଗ୍ ମାଧ୍ୟମରେ ଏହାର ଅନେକ ଭେରାଇଟି ଓ ଡିଜାଇନର ଡ୍ରେସ୍ ମଧ୍ୟ କିଣିପାରିବେ ।

• ଲେହେଙ୍ଗାର କଥା ଆସିଲେ ଏ ଲାଇନ୍ ଓ ଫିଶ୍ କଟ୍ ଲେହେଙ୍ଗା ଫ୍ୟାଶନ୍ ପାଇଁ ପୂରା ଫିଟ୍ । କିନ୍ତୁ ଆପଣ ଚାହିଁଲେ ପାରମ୍ପରିକ ଘେର ଯୁକ୍ତ ଲେହେଙ୍ଗା ପିନ୍ଧିପାରିବେ, ଏହା କେବେବି ଆଉଟ୍ ଅଫ୍ ଫ୍ୟାଶନ୍ ହୋଇନଥାଏ । ବିଭିନ୍ନ ପାର୍ଟି ବା ଫଙ୍କସନରେ ସରାରା ଓ ଭାଗଲପୁରୀ ଫ୍ଲୋରାଲ୍ ପାର୍ଟନକୁ ଖୁବ୍ ପସନ୍ଦ କରୁଛନ୍ତି ମହିଳାମାନେ ।

• ଯେଉଁ ମହିଳାମାନେ ସୁଟ୍ ପିନ୍ଧିବାକୁ ଭଲପାଇଥାନ୍ତି, ସେମାନଙ୍କ ପାଇଁ ଅନାରକଲି ଏବେ ଯାଏ ମଧ୍ୟ ଫ୍ୟାଶନରେ ରହିଛି । ଏଥିପାଇଁ ଫୁଲ୍ ଲେନ୍ଥ ପାର୍ଟନ ପିନ୍ଧିପାରିବେ, ସୁଟରେ ଚୁଡି ପାର୍ଟନ ଓ ବୋଟ୍ ନେକ୍ ପାର୍ଟନ୍ ଟ୍ରେଣ୍ଡରେ ରହିଛି ।

ଏହାଛଡା ପଟିଆଲା ଓ ସେରୱାନୀ ପାର୍ଟନ ସହିତ ପ୍ଲାଜୋ ବା ଶରାରା ଡିଜାଇନ୍ ଖୁବ୍ ଭଲ ଚାଲିଛି । ଏହା ଆପଣଙ୍କୁ ଅନ୍ୟମାନଙ୍କଠାରୁ ଏକ ଡିଫରେଣ୍ଟ୍ ଲୁକ୍ ଦେବ ।

Leave A Reply

Your email address will not be published.