Latest Odisha News

BREAKING NEWS

ଆପଣଙ୍କ ଆଖି ତଳ କଳା ପଡ଼ୁଛି କି ! ତେବେ ଆପଣାନ୍ତୁ ଏହି ଉପାୟ….

ଓଡ଼ିଶା ସମ୍ବାଦ ବ୍ୟୁରୋ : ଆାଖି ମୁହଁର ସୁନ୍ଦରତା ବଢ଼ାଇଥାଏ । ଶରୀରର ସବୁଠୁ ସୂକ୍ଷ୍ମ ଅଙ୍ଗ ହେଉଛି ଆଖି  । ଆମ ଆଖି ସୁନ୍ଦର ଦେଖାଗଲେ ଆମେ ମଧ୍ୟ ସୁନ୍ଦର ଦିଶିବା  । ତେବେ ପ୍ରତି ମୁହୂର୍ତ୍ତରେ ଆଖିର ଯତ୍ନ ନେବା ଆବଶ୍ୟକ ରହିଛି  । ଅନେକ ସମୟରେ ଆଖିକୁ ନେଇ ବିଭିନ୍ନ ସମସ୍ୟା ଦେଖାଦେଇଥାଏ  । ଆଖିତଳ କଳା ପଡ଼ିବା, ଆଖି ମଳିନ ଦିଶିବା, ଚର୍ମ କୁଞ୍ଚନ ହୋଇଯିବା ପରି ବିଭିନ୍ନ ସମସ୍ୟା ଉପୁଜି ଥାଏ  । ବେଳେବେଳେ ବିଭିନ୍ନ କାରଣ ପାଇଁ ଯେପରି ଚିନ୍ତା, ବୟସ ଜନିତ ପ୍ରଭାବ, କୁଞ୍ଚନ, ଅନିଦ୍ରା ପାଇଁ ତ୍ୱଚା ସହ ଆଖିତଳ ମଧ୍ୟ କଳାପଡିଥାଏ  । ତେବେ ଏହି ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ….

ବାଦାମ ତେଲ କେଶ ଓ ତ୍ୱଚାକୁ ସୁସ୍ଥ ରଖିବା ପାଇଁ ବ୍ୟବହାର କରାଯାଏ । ଏହା ମଶ୍ଚରାଇଜର ଭଳି କାମ କରିଥାଏ । ତ୍ୱଚାରେ ବାଦାମ ତେଲର ବ୍ୟବହାର ଦ୍ବାରା ବିଭିନ୍ନ ଦାଗ ଦୂର ହୋଇଥାଏ । ବାଦାମ ତେଲରେ ଭିଟାମିନ୍‍ ଇ ଭରପୁର ମାତ୍ରାରେ ରହିଛି । ଏହା ତ୍ୱଚା ପାଇଁ ଖୁବ୍‍ ଉପକାରୀ । ତେବେ ଏଭଳି କରନ୍ତୁ ବ୍ୟବହାର….
ରାତିରେ ଶୋଇବା ପୂର୍ବରୁ ତ୍ୱଚାକୁ ଭଲ ଭାବେ ସଫା କରି ୨ ରୁ ୩ ବୁନ୍ଦା ବାଦାମ ତେଲ ନେଇ ଏହାକୁ ଆଖି ତଳେ ହାଲକା ଭାବେ ମାଲିସ କରନ୍ତୁ । ସକାଳେ ଉଠିବା ପରେ ମୁହଁ ଭଲ ଭାବେ ଧୋଇ ଦିଅନ୍ତୁ । ସପ୍ତାହକୁ ୩ ରୁ ୪ ଥର ଏପରି ନିଶ୍ଚୟ କରନ୍ତୁ ।
ଏକ ବୁନ୍ଦା ମହୁ ସହ  ୪ ବୁନ୍ଦା ବାଦାମ ତେଲ ମିଶାନ୍ତୁ । ଏହାକୁ ଆଖିତଳେ ରାତିରେ ଲଗାଇ ସକାଳେ ମୁହଁ ଧୋଇ ଦିଅନ୍ତୁ ।

କ୍ଷୀରରେ ବିଭିନ୍ନ ପ୍ରକାର ପୋଷକ ତତ୍ତ୍ୱ ରହିଛି । ଏହା ତ୍ୱଚାର ଚମକ ବୃଦ୍ଧି କରିବା ସହ ତ୍ୱଚାର ଅନେକ ସମସ୍ୟା ଦୂର କରିଥାଏ । କ୍ଷୀର ଓ ବାଦାମ ତେଲର ମିଶ୍ରଣକୁ ଆଖି ତଳେ ଲଗାନ୍ତୁ । ଆଖିତଳ କଳାଦାଗ ସମ୍ପୂର୍ଣ୍ଣ ଭାବେ ଦୂର ହୋଇଯିବ ।
ଗୋଲାପ ଜଳ ତ୍ୱଚା ପାଇଁ ବେଶ ଉପକାରୀ । ଏହା ତ୍ୱଚାକୁ କୋମଳ କରିଥାଏ । ଗୋଲାପ ଜଳରେ ବାଦାମ ତେଲ ମିଶାଇ ଏହାକୁ ଆଖି ତଳେ ଲଗାନ୍ତୁ । ଶୋଇବା ପୂର୍ବରୁ ଏହାକୁ ଲଗାନ୍ତୁ ଆଉ ସକାଳେ ମୁହଁ ଧୋଇ ଦିଅନ୍ତୁ । ଦେଖିବେ ଆପଣଙ୍କ ଆଖିର ଦାଗ ଦୂର ହୋଇଯିବ  ।

Leave A Reply

Your email address will not be published.