Latest Odisha News

BREAKING NEWS

ନୀରବି ଯାଇଛି କୋଳାହଳ, ଚାରିଆଡ ଖାଁ..ଖାଁ…ଆଜି ମେଲାଣି ନେବେ ମା’

ଭୁବନେଶ୍ୱର: ଆଜି ସବୁଆଡ ଲାଗୁଛି ଖାଁ..ଖାଁ..ଶୂନଶାନ । ଯେମିତି ବନ୍ଧୁବାନ୍ଧବରେ ପରିପୂର୍ଣ୍ଣ ଗହଳି ଘର ହଠାତ ନୀରବି ଯାଇଛି । ପୂଜା ମଣ୍ଡପ ଶୂନ୍ୟ ପଡିଛି । ମା’ ଅଛନ୍ତି ହେଲେ ଭିଡ ନାହିଁ  । ଠାଏ ଠାଏ ଖୋଲା ହେବାକୁ ଲାଗିଲାଣି ତୋରଣ । ଆଜି ମେଲାଣି ନେବା ମା’ । ସେଥିପାଇଁ ବୋଧହୁଏ କେମିତି ଏକ କୋହ କୋହ ଭାବ ପହଁରି ଯାଉଛି ମାଟିରୁ ଆାକାଶ…

ଯେମିତି ବାଜା ରୋଷଣୀରେ ମା’ଙ୍କ ଆବାହନ କରି ଆଣିଥିଲେ ସେମିତି ବାଜା ରୋଷଣୀରେ ବିଦାୟ ଦେବେ ଭକ୍ତ । ଅପରାହ୍ନ ୩ଟାରେ ଆରମ୍ଭ ହେବ ଭସାଣି ଯାତ୍ରା । ଭସାଣୀ ଯାତ୍ରା ପାଇଁ ଟୁଇନ ସିଟିରେ ବ୍ୟାପକ ବ୍ୟବସ୍ଥା । କଟକରେ ଗତରାତିରୁ ବିସର୍ଜନ ଆରମ୍ଭ ହୋଇ ଯାଇଥିବାବେଳେ ଭୁବନେଶ୍ୱରରେ ଆଜି ଆରମ୍ଭ ହେବ ଭସାଣୀ ଯାତ୍ରା । କଟକରେ ମେଢସବୁ ନିର୍ଦ୍ଧାରିତ ରୁଟରେ  ସାହି ପରିକ୍ରମା କରି ଦେବୀଗଡ଼ା ନିକଟକୁ ଆସୁଛନ୍ତି।  ସେହିପରି ରାଜଧାରୀରେ   ମୃଣ୍ମୟୀ ମୁର୍ତ୍ତି ବିସର୍ଜନ ଲାଗି ଦୟାନଦୀ, ବାଙ୍କୁଆଳରେ ଗୋଟିଏ ଲେଖାଏଁ ଓ କୁଆଖାଇରେ ୨ଟି ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଛି।

କେଉଁପଟେ ଗାଡି ଯିବ, କେଉଁ ରାସ୍ତା ବନ୍ଦ ହେବ ସେ ନେଇ ଏକ ଗାଇଡ ଲାଇନ ଜାରି କରିଛି କମିଶନରେଟ ପୋଲିସ । ଏହି କଟକଣା ରାତି ଗୋଟାଏ ବା ଭସାଣି ସରିବା ଯାଏ ବଳବତ୍ତର ରହିବ ।

କମିଶନରେଟ ପୋଲିସର ସୂଚନା ଅନୁଯାୟୀ,   ସହିଦ ନଗର ପଖାରୁ ଭସାଣ ବାହାରିବାବେଳେ  ବାଣୀବିହାରରୁ ରୂପାଲି ପର୍ଯ୍ୟନ୍ତ ଯାନବାହନ ଚଳାଚଳ ବନ୍ଦ ରହିବ। ସେହି ସମୟ ମଧ୍ୟରେ  ସମସ୍ତ ଯାନ ବାଣୀବିହାରରୁ ଆଚାର୍ଯ୍ୟବିହାର ଦେଇ ଯିବ । ସେହିପରି ଜନପଥ ରାସ୍ତାରେ ଯାନବାହନକୁ ସମ୍ପୂର୍ଣ୍ଣ ବନ୍ଦ ରହିବ ।   ସଚିବାଳୟ ରାସ୍ତା ଦେଇ  ଗାଡି ଚାଲିବ ବୋଲି ସୂଚନା ରହିଛି ।

ସେହିପରି ନୟାପଲ୍ଳୀ ଭସାଣ ପାଇଁ ସିଆରପି ପଟୁ ଗାଡ଼ି ଏକାମ୍ର ପାର୍କ ଦେଇ ଯିବ । ଚନ୍ଦ୍ରଶେଖରପୁରରେ ଭସାଣ ବେଳେ କିଟ୍ ପଟୁ ନାଲକୋ ଛକ ପର୍ଯ୍ୟନ୍ତ  ଗାଡ଼ି ଚଳାଚଳ ବନ୍ଦ ରହିବ । ସେ ସମୟରେ ସବୁ ଗାଡ଼ି ନନ୍ଦନକାନନ ରାସ୍ତା ଦେଇ ଜୟଦେବବିହାର ଆଡେ ଯିବ  ।

ସେହିପରି କଟକରେ  କଲେଜ ଛକ ଠାରୁ ବକ୍ସିବଜାର ପର୍ଯ୍ୟନ୍ତ ଯାନବାହାନ ଚଳାଚଳ କରିବାକୁ ମନା କରାଯାଇଛି। ତିନିକୋଣିଆ ବଗିଚା ଦେଇ ଚାନ୍ଦିନୀ ଚୌକ ଛକ ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ଉପରେ କଟକଣା ଜାରି କରାଯାଇଛି । ଚୌଧୁରୀ ବଜାର ଛକ ଠାରୁ ପୂର୍ଣ୍ଣସାହି ଛକ ପର୍ଯ୍ୟନ୍ତ ବି କଟକଣା ଲଗାଇଛି ପୁଲିସ। ଯାଉଁଳିଆପଟି ଓ ଫିରିଙ୍ଗି ବଜାର ଦେଇ ଦେବୀଗଡ଼ା ପର୍ଯ୍ୟନ୍ତ ଗାଡ଼ି ଚଳାଚଳ କରିପାରିବନାହିଁ। ଚଣ୍ଡୀ ଛକରୁ ଶେଖ ବଜାର, ମହମ୍ମଦିଆ ବଜାରରୁ ଚାନ୍ଦିନୀ ଚୌକ ରାସ୍ତାରେ ବି କଟକଣା ରହିବ। ମେଢ ଯାଉ ନ ଥିବା ସମୟରେ ଟ୍ରାଫିକ ନିର୍ଦ୍ଦେଶରେ ଗାଡ଼ି ଚଳାଚଳ କରିପାରିବ। ତେବେ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କଲେ ୫ ଶହରୁ ୧ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ ବୋଲି ସୂଚନା ଦେଇଛି କମିଶନରେଟ ପୁଲିସ ।

Leave A Reply

Your email address will not be published.