Latest Odisha News

ଜିତିଆ ପର୍ବରେ ଅଘଟଣ; ଗାଧୋଇବା ବେଳେ ବୁଡିଯାଇ ୪୦ ମୃତ

ପାଟନା: ଉତ୍ତରପ୍ରଦେଶର ଅନେକ ଜିଲ୍ଲାରେ ଜିତିଆ ପର୍ବରେ ଘଟିଯାଇଛି ଦୁଃଖଦ ଘଟଣା। ଜିତିଆ ପର୍ବ ପାଳନ ସମୟରେ ବିଭିନ୍ନ ସ୍ଥାନରେ ପୋଖରୀ ଓ ନଦୀରେ ଗାଧୋଇବା ବେଳେ ପ୍ରାୟ ୪୦ ଜଣଙ୍କର ମୃତ୍ୟୁ ଘଟିଛି।

ଜିତିଆ ପର୍ବରେ ଔରଙ୍ଗାବାଦରେ ସର୍ବାଧିକ ଲୋକଙ୍କ ଜୀବନ ଯାଇଛି। ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ସମ୍ପର୍କୀୟଙ୍କୁ କ୍ଷତିପୂରଣ ଭାବେ ୪ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଔରଙ୍ଗାବାଦ, ଛପରା, ରୋହତାସ, କୈମୁର, ସିୱାନ, ମୋତିହାରୀ, ବେତିଆ, ବେଗୁସରାୟ, ଗୋପାଳଗଞ୍ଜ, ଭୋଜପୁର, ନାଳନ୍ଦା, ଦରଭଙ୍ଗା, ମଧୁବନୀ, ସମସ୍ତିପୁର ଏବଂ ଅରୱାଲରେ ଲୋକଙ୍କ ଜୀବନ ଯାଇଛି।

ଅପରପକ୍ଷରେ ଗାଧୋଇବା ବେଳେ ପାଣିରେ ବୁଡି ଅନେକ ନିଖୋଜ ଅଛନ୍ତି। ଉଦ୍ଧାରକାରୀ ଟିମ୍ ସେମାନଙ୍କୁ ଖୋଜାଖୋଜି କରୁଛନ୍ତି। ତେବେ ମୃତ୍ୟୁ ସଂଖ୍ଯା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି।

ଜିତିଆ ପର୍ବରେ ସାଧାରଣତଃ ମାଆମାନେ ପୁଅଙ୍କ ଶୁଭ ମନାସୀ କଠୋର ନିର୍ଜଳା ବ୍ରତ ପାଳନ କରିଥାନ୍ତି।

Leave A Reply

Your email address will not be published.