Latest Odisha News

BREAKING NEWS

ଜଳୁଛି ଚିଲି ଜଙ୍ଗଲ: ଏଯାଏ ୪୬ ମୃତ, ୧୧୦୦ରୁ ଅଧିକ ଘର ଜଳି ନଷ୍ଟ

ସେଣ୍ଟିଆଗୋ: ଚିଲିରେ ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ। ଏବେ ଜନବସତିରେ ଆସି ନିଆଁ ପହଞ୍ଚିଲାଣି। ଏଥିପାଇଁ ଚିଲି ସରକାରଙ୍କର ଚିନ୍ତା ବଢିବାରେ ଲାଗିଛି। ନିଆଁ ଅଣାୟତ୍ତ ହେଉଥିବା ବେଳେ ଏଯାଏ ୪୬ଜଣଙ୍କର ମୃତ୍ୟୁ ଘଟିଲାଣି। ଏଥିସହ ୧୧୦୦ରୁ ଅଧିକ ଘର ଜଳି ନଷ୍ଟ ହୋଇଯାଇଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି।

ରାଷ୍ଟ୍ରପତି ଗାର୍ବିଏଲ ବୋରିକ୍ ଦେଶରେ ଜରୁରୀକାଳୀନ ସ୍ଥିତି ଘୋଷଣା କରିଛନ୍ତି। ଭାଲପାରାଏଜୋରେ ୪ଟି ସ୍ଥାନରେ ଭୟଙ୍କର ନିଆଁ ବ୍ୟାପିଛି । ଏହି କାରଣରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ନେଇ ରାଷ୍ଟ୍ରପତି ଆଶଙ୍କା କରିଛନ୍ତି । ନିଆଁକୁ ଆୟତ୍ତ କରିବା ପାଇଁ ୧୯ଟି ହେଲିକାପ୍ଟର ଓ ୪୫୦ରୁ ଅଧିକ ଫାୟାର ଫାଇଟର୍ସ ନିୟୋଜିତ ହୋଇଛି । ନିଆଁ ବ୍ୟାପିବା ଯୋଗୁଁ ଅଧିକାଂଶ ସ୍ଥାନରେ ବିଦ୍ୟୁତ ସରବରାହ ବନ୍ଦ ରହିଛି । ଫାୟାରଫାଇଟର୍ସ ହେଲିକପ୍ଟର ଓ ଟ୍ରକ୍ ମାଧ୍ୟମରେ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି ।
ଚିଲିର ଗୃହ ମନ୍ତ୍ରୀ କାରୋଲିନା ଟୋହା କହିଛନ୍ତି, ଦେଶର ମଧ୍ୟ ଓ ଦକ୍ଷିଣରେ ବର୍ତ୍ତମାନ ସୁଦ୍ଧା ପାଖାପାଖି ୯୨ଟି ଜଙ୍ଗଲରେ ନିଆଁ ଲାଗିଛି। ଶନିବାର ଅପରାହ୍ନ ସୁଦ୍ଧା ୪୩,୦୦୦ ହେକ୍ଟର ଜଙ୍ଗଲ ପାଉଁଶ ହୋଇଯାଇଛି । ଯେଉଁଥିପାଇଁ ଅଧିକାଂଶ ଅଞ୍ଚଳରେ ତାପମାତ୍ରା ଅସାଧାରଣ ଭାବେ ବୃଦ୍ଧି ପାଇବାରେ ଲାଗିଛି । ତେବେ ଲୋକମାନଙ୍କୁ ଘର ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦେଇଛନ୍ତି ଗୃହମନ୍ତ୍ରୀ । ସରକାରଙ୍କ ପକ୍ଷରୁ ନିରନ୍ତର ଉଦ୍ଧାର କାର୍ଯ୍ୟ ଚାଲିଛି । ହଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବା ସହ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ ଅପିଲ କରାଯାଇଛି ।

Leave A Reply

Your email address will not be published.